Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଆମେ କେତେ ସ୍ୱାଧୀନ - ସଦାନନ୍ଦ ସାହୁ

ପୂର୍ଣ୍ଣ ସ୍ୱାଧୀନତା ଆମ ମନବାଞ୍ଛା
ମାଆ ଭାରତୀର ସ୍ୱପ୍ନ ;
ଭାଷଣ ବାଜିରେ ତ୍ରିରଙ୍ଗା ଟା ଉଡେ
ଘଟେ ଏଠି କେତେ ବିଗ୍ନ !
ଅହିଂସାର ମନ୍ତ୍ର ହେଲାଣି ବିବସ୍ତ୍ର
ନାହିଁ କେ ମହାନ ଅତ୍ମା ;
ସ୍ୱାର୍ଥ ସାଧନାରେ ରାଜନେତା ହଜେ
ପାଏ ପୁଣି ସର୍ବକ୍ଷମା !!
ନାରୀଜାତି ପ୍ରୀତି ଦୁଷ୍କର୍ମ ସମ୍ପତ୍ତି
ବ୍ୟଭିଚାରୀ ମୁଖେ ହସ ;
ସ୍ପଷ୍ଟ ଦିବାଲୋକେ ଉପଭୋଗେ ମାତେ ;
ସଭିଁ ଙ୍କୁ କରେସେ ବସ !!
ଦୁଷ୍କର୍ମ ରାକ୍ଷସ ରାଜପଥ ଷଣ୍ଢ
ନିର୍ଭୟ ରେ କରେ ପାପ ;
ଆରକ୍ଷୀ ବିପକ୍ଷି ପାରେ ନାହିଁ ଦେଖି
ସେ ଚକ୍ଷୁଥିବା ଅନ୍ଧ ନୃପ !!
ସ୍ୱାଧୀନ ତ୍ରିରଙ୍ଗା ବିଜୟର ଗାଥା
କୁନି ମୁନି କହେ ରାବି ;
ବଳିଷ୍ଠ ମଣିଷ ବୁଝେ ନାହିଁ ସତ
ଆଉକି ଉଇଁବ ରବି !!
ତ୍ରିତଳ ପ୍ରାସାଦ ରାଜତନ୍ତ୍ର ସୁଖ
ଗଣତନ୍ତ୍ର ବ୍ରହ୍ମଅସ୍ତ୍ର ;
ଲଭିନାହିଁ ଶିକ୍ଷା ସେହି ମାନବଟା
ସିଂହାସନେ ଅଳଙ୍କୃତ !!
ତୁ କେତେ ସ୍ୱାଧୀନ କହ ବାଇ ମନ
ତ୍ରିରଙ୍ଗା କୁ ଟିକେ ଦେଖି ;
ତ୍ରିରଙ୍ଗା ଉଡୁଛି ଫର ଫର ହୋଇ
ମନ ପ୍ରାଣ ଯାଏ ଲାଖି !!
ଏକି ଅସମାନତା ପ୍ରଶାସନ କର୍ତ୍ତା
ନାହିଁ ପୁଣି ଅନ୍ନଭୋଗ ;
କିଏ ଖାଇ ଯାଏ ସୁସ୍ୱାଦୁ ବ୍ୟଞ୍ଜନ
ଆଉ କେ ପାଏନି ସାଗ !!
ଭଙ୍ଗା କୁଡିଆ ରେ ସପନ ର ନିଦ
ଶୋଇଯାଏ ଭବିଷ୍ୟତ ;
ରଙ୍ଗ ମହଲ ରେ ବାରାଙ୍ଗନା ନାଚେ
ପ୍ରେମ ପ୍ରେମୀ ମନ ମିତ !!
ଆମେତ ସ୍ୱାଧୀନ ସୁଯୋଗ୍ୟ ସନ୍ତାନ
ବେକାରୀ କୁଶଳୀ ଜନ ;
କରିଛୁ ପ୍ରତୀକ୍ଷା ମିଳିବ ସୁରକ୍ଷା
ମାଗିବୁନି କେଵେ ଧନ !!
ଜାଗ୍ରତ ପ୍ରହରୀ ମହାସେବାକାରୀ
ଜନନୀର ଯୋଗ୍ୟ ସୁତ ;
ଜଗିଛି ସୀମାରେ ଗୁରୁ ଦାୟିତ୍ୱରେ
ସେଇ ଏକା ପ୍ରାଣ ମିତ !!
ଏ ଅଗଷ୍ଟ ପନ୍ଦର ସ୍ମୃତିର ପରବ
ସଂଗ୍ରାମୀ ର ମୁକ ସାକ୍ଷୀ ;
ଦେଶପାଇଁ ଜିଏ ଜୀବନ ଦେଇଛି
ସୁମରି ବା ସର୍ବେ ମିଶି !!


ଧୁରୁଷୀଆ, ଆଠଗଡ଼, କଟକ

Post a Comment

0 Comments