ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଦୁଇଟି ଲଘୁ କବିତା - ରମାକାନ୍ତ ମିଶ୍ର

ଦୁଇଟି ଲଘୁ କବିତା - ରମାକାନ୍ତ ମିଶ୍ର

୧. ପରିଚୟ
-----------
ଦୀପକ କିଛି ବି କୁହେ ନାହିଁ
ପ୍ରକାଶ ହିଁ ତାର ପରିଚୟ
ଆମେ ବି କିଛି କହିବା ନାହିଁ
କାମ ହେବ ଆମ ପରିଚୟ
ନିଜ ପରିଚୟ ସୃଷ୍ଟି ପାଇଁ
ନିଜତ୍ବ ପଛରେ ଥିବା ଧାଇଁ |
ରମା କାନ୍ତ ମିଶ୍ର

୨. ଇର୍ଷା
------
ଇର୍ଷା ରେ ପରିପୂର୍ନ୍ନ ହୁଏ କିଏ?
ଯାହାର କିଛି ଦୁର୍ବଳତା ଥାଏ
ପ୍ରତିହିଂସା ର ଯୋଗ୍ୟ ହୁଏ କିଏ ?
ଯାହା ର କିଛି ସବଳତା ଥାଏ
ହିଂସା କିମ୍ବା ପରଶ୍ରୀକାତରତା
ଏହା ଆମର ବଡ ଦୁର୍ବଳତା
ଏ ମହାବ୍ୟାଧି ରୁ ଦୂରେଇ ରହି
ଆନଂଦରେ ଜୀବନ ନେବା ବାହୀ |


ରମାକାନ୍ତ ମିଶ୍ର

0 Comments