Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଲୀଲା କ୍ଷେତ୍ର - କବିତା ପଟ୍ଟନାୟକ

କୋଟି ଐଶ୍ୱଯ୍ୟ ର ଶୁଭ୍ରକାନ୍ତି ଶୋଭା
ନୀଳ କନ୍ଦରରେ ସୃଜିଲ
କୁହ ଦାରୁ ବ୍ରହ୍ମ କାହା ଆକର୍ଷଣେ
ଲୀଲା କ୍ଷେତ୍ରେ ଲୀଲା ରଚିଲ
ମହା ବାହୁ ଆହେ ଅନନ୍ତ କିରଟୀ
ମୋହନ ସୁଗନ୍ଧେ ଭରିଲ
କୁହ ଲୀଲାମୟ କାହା ଶ୍ରେୟ ପାଇଁ
ଲୀଲା କ୍ଷେତ୍ରେ ଲୀଲା ରଚିଲ
ଦୁର୍ବାଦଳ ସମ କୋଟି ସୂର୍ଯ ଭ୍ରମ
ବ୍ରହ୍ମାଣ୍ଡ ସୃଷ୍ଟି କାରଣ
ତଥାପି ଶରଣ ନେଲ ହେ କାରଣ
ଲୀଲା କ୍ଷେତ୍ରେ ଲୀଲା ରଚିଣ
ଲୀଲା କ୍ଷେତ୍ରମାଟି ଥରେ
ଦେଲେ ଚାଟି ମାଟି ହୋଇଯାଏ ଚନ୍ଦନ
କୁହ ଜଗନ୍ନାଥ ଭକ୍ତି କୁଡୁଆର
ଘେରିବାଡ ତଳେ କେମିତି କରିବି ଜଣାଣ
ବିଶ୍ୱ ବ୍ରହ୍ମାଣ୍ଡ ର ତୁମେ ହେ ଈଶ୍ୱର
ଏ ଛଳନା କାହିଁ ଭିଆଇଲ
କେଉଁ ଯଶବାନା ଉଡାଇବ ବୋଲି
ଭକ୍ତ ଆବେଗରେ ଲୁଚି ଗଲ ।


କବିତା ପଟ୍ଟନାୟକ, ଖୋରଧା

Post a Comment

0 Comments