Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସବୁଠୁ ନିଆରା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ମଧୁଠାରୁ ଆହୁରି ମଧୁର
ସ୍ମିତଭିଜା ହସ ତୋର ,
ସତେଯେଣେ ପରୀ ଅବା ଅପସରୀ
ତୋ ଲାବଣ୍ୟ ଶରୀର,
ସବୁଠୁ ନିଆରା , ତୋ ଶୋଭାର ସାରା ,
ଏକ ଚାଉଳରେ ଗଢା,
ଭିନ୍ନ ରଙ୍ଗ ଭିଜା , ଗୋଲାପର ଫୁଲ I

କୋମଳ ପାଖୁଡା , ଭିନ୍ନ ବାସ୍ନାଭରା,
ଅତି ମନଲୋଭା ଓଠର ପାଖୁଡା ,
ହସ ତୋର ମଣି ଆଉ ମୁକ୍ତା
ଅତି ମନୋରମା , ସୁନ୍ଦର ପସରା II

Post a Comment

0 Comments