Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବରଷା ରାଣୀ ଆଉ ବରଷନି - ଜିତେନ୍ଦ୍ର ସାହୁ

କହିବାକୁ ଆହା ନାହିଁ ପାଖେ ମାଆ
କେ' ପୋଛିବ ଆଖି ଲୁହ,
ସହିବା ଶକତି ନଥାଇ ବି ଜାଣି
ନିଷ୍ଠୁର କାହିଁକି ହୁଅ ?
ଏ ବରଷା ଟିକେ ରୁହ,
କୁନି ଭଉଣୀ ମୋ ଭିଜିଯିବ ଯଦି
ଖରାପ ହେବ ତା' ଦେହ,,।।
ନାହିଁ ଘର ଦ୍ବାର ଠିକଣା ଆମର
କେ ନାହିଁ ଆପଣା ଲୋକ,
ଲୁହ ପିଇ ଦୁହେଁ ବଞ୍ଚିବା ଶିଖୁଛୁ
ମାରିଦେଇ ପେଟ ଭୋକ,,
ନିରୀହ ମୁହଁକୁ ଦେଖ,
ତମରି ଛିଟାରେ ଭିଜି ଆମେ ସତେ
ପାଉଅଛୁ କେତେ ଦୁଃଖ,,।।
ଛାଡି ଗଲାବେଳେ ମା' ଆରପାରିକୁ
ଭଉଣୀକୁ ଟେକି ହାତେ,
ବିପଦରୁ ତାକୁ ରକ୍ଷା କରିବାକୁ
ରାଣ ଦେଇଥିଲା ମତେ,,
ବେସାହାରା ଦୁହେଁ ସତେ,
ନିବେଦନ ଶୁଣି ଏ ବରଷା ରାଣୀ
ବରଷନି ଆଉ ଏତେ,,।।
ସାରୁ ପତରରେ ଘୋଡେଇ ଯେ ତାକୁ
କରୁଛି କର୍ତ୍ତବ୍ୟ ମୋର,
ବଡ ଭଉଣୀଟେ ନୁହଁଇ ଖାଲି ମୁଁ
ରକ୍ଷା କବଚ ବି ତାର,,
ଏ ଦୁନିଆ ସ୍ବାର୍ଥପର,
ମୁଣ୍ଡ ଗୁଞ୍ଜିବାକୁ ଜାଗା ଦେବା ଛାଡ
ଦେବେନି ସ୍ନେହ ଆଦର,,।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments