OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଶ୍ରଦ୍ଧାଞ୍ଜଳି - ଅନାମ ଚରଣ ସାହୁ

ଶ୍ରଦ୍ଧାଞ୍ଜଳି - ଅନାମ ଚରଣ ସାହୁ

ଶୁଣିଥିଲି ମୁହିଁ ନିଜ ଶିଶୁ ପାଇଁ
ମାଆ ତ୍ୟାଗ ବଳିଦାନ
ଏବେ ନେତ୍ର ଦେଖେ ପୁତ୍ର ମହା ସୁଖେ
ବଢାଏ ତା' ଯଶ ମାନ।

ଶୈଶବରେ ମାଆ ଜଗି ରହୁଥିଲା
ହୃଦଚନ୍ଦ୍ର ମଥା ପାଶେ
ବଡହୋଇ ସୂତ ରଖେ ସୁରକ୍ଷିତ
ଜାଗ୍ରତ ରହି ସୀମାନ୍ତେ।

ଭୟଭୀତ ହେଲେ ପଣତ କାନିରେ
ଲୁଚାଉ ଥିଲାତ ମାଆ
ଅଇରି ପରାଣ କରଇ ହରଣ
ସଇନିକ ହୋଇ ସାହା।

ନିଜ ଜାତି ଟେକ ରଖିଲ ହେ ବୀର
ରଣେ ଶତ୍ରୁ ଗର୍ବ ଦଳି
ଅଇରି ଗୁଳିରେ ଶହୀଦ ହୋଇଲ
ଦେଇ ଜୀବନକୁ ବଳି।

କେଉଁ କେଉଁ ଗୁଣ ସୁମରି ତୁମର
ଶ୍ରଦ୍ଧାଞ୍ଜଳି ଦେବୁ ନେଇ
ଶ୍ରଦ୍ଧାଞ୍ଜଳି ଆମ ଅତି ଅଟେ ଛୋଟ
କି ଅବା ପାରିବୁ ଦେଇ।


ଅନାମ ଚରଣ ସାହ
ବିଭୁତିପୁର, କାକଟପୁର, ପୁରୀ

0 Comments