ଧୋବ ଫର ଫର ବଗୁଲି ନାନୀ
ରାସ୍ତାରେ ଯାଉଛି ଉଡ଼ାଇ କାନି ।।
ପଛରୁ ଡାକିଲା ଭୁଆ ବିଲେଇ
ଶୁଣିଯା ନାନୀ ମୁଁ ଡାକୁଛି ଭାଇ ।।
ଆଜି ବେଳ ନାହିଁ ଯାଉଛି ଚାଲି
ତୋର ସାଙ୍ଗେ ଦେଖାହେବଟି କାଲି ।।
ଆଜି ଶୁଣିବାକୁ ଉଚ୍ଛନ ମନ
କହିଯା ଟିକିଏ ତତେ ମୋ ରାଣ ।।
ଧୋବ ଫର ଫର ତୁ ଗୋରା ହୋଇଛୁ
କୋଉ ପାଣିରେ ଗାଧୋଇ ଅଛୁ ।।
ବଗୁଲି ନାନୀ ତ ବଡ଼ ଚତୁରୀ
ଗରମ ପାଣି ମୁଁ ଆସିଛି କରି ।।
ଶାମ୍ପୋ ସାବୁନ୍ ଦେହେ ଲଗାଇ
ଗରମ ପାଣିରେ ନିତି ବୁଡଇ
ଭୁଆ ଶୁଣିଗଲା ନାନୀର କଥା
ଗୋରା ହେବା ପାଇଁ ମନରେ ଚିନ୍ତା ।।
ଥୋଇଲା ଚୁଲିରେ ହାଣ୍ଡିଏ ପାଣି
ଟକଟକ କରି ଫୁଟିଲା ଜାଣି ।।
ପାଣି ହାଣ୍ଡିକି ଡେଇଁ ପଡିଲା
ଗୋରା ହେବା ନିଶା ମନରୁ ଗଲା ।।
ନିଜ ବୁଦ୍ଧିରେ କାମ କର ହସି
ପର କଥାରେ ଜମା ନ ଯିବଟି ଭାସି ।।


ପଟିଆ, ଭୁବନେଶ୍ୱର