ପର ବୁଦ୍ଧିରେ ମୃତ୍ୟୁ - ଲଳିତା ଜେନା

ପର ବୁଦ୍ଧିରେ ମୃତ୍ୟୁ - ଲଳିତା ଜେନା

ଧୋବ ଫର ଫର ବଗୁଲି ନାନୀ
ରାସ୍ତାରେ ଯାଉଛି ଉଡ଼ାଇ କାନି ।।
ପଛରୁ ଡାକିଲା ଭୁଆ ବିଲେଇ
ଶୁଣିଯା ନାନୀ ମୁଁ ଡାକୁଛି ଭାଇ ।।
ଆଜି ବେଳ ନାହିଁ ଯାଉଛି ଚାଲି
ତୋର ସାଙ୍ଗେ ଦେଖାହେବଟି କାଲି ।।
ଆଜି ଶୁଣିବାକୁ ଉଚ୍ଛନ ମନ
କହିଯା ଟିକିଏ ତତେ ମୋ ରାଣ ।।
ଧୋବ ଫର ଫର ତୁ ଗୋରା ହୋଇଛୁ
କୋଉ ପାଣିରେ ଗାଧୋଇ ଅଛୁ ।।
ବଗୁଲି ନାନୀ ତ ବଡ଼ ଚତୁରୀ
ଗରମ ପାଣି ମୁଁ ଆସିଛି କରି ।।
ଶାମ୍ପୋ ସାବୁନ୍ ଦେହେ ଲଗାଇ
ଗରମ ପାଣିରେ ନିତି ବୁଡଇ
ଭୁଆ ଶୁଣିଗଲା ନାନୀର କଥା
ଗୋରା ହେବା ପାଇଁ ମନରେ ଚିନ୍ତା ।।
ଥୋଇଲା ଚୁଲିରେ ହାଣ୍ଡିଏ ପାଣି
ଟକଟକ କରି ଫୁଟିଲା ଜାଣି ।।
ପାଣି ହାଣ୍ଡିକି ଡେଇଁ ପଡିଲା
ଗୋରା ହେବା ନିଶା ମନରୁ ଗଲା ।।
ନିଜ ବୁଦ୍ଧିରେ କାମ କର ହସି
ପର କଥାରେ ଜମା ନ ଯିବଟି ଭାସି ।।


ପଟିଆ, ଭୁବନେଶ୍ୱର

2 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକAugust 10, 2018 at 1:24 PM

    ପିଲାମାନଙ୍କ ପାଇଁ ଶିଖିବାର କବିତାଟିଏ

    ReplyDelete
  2. ଧନ୍ୟବାଦ 😊

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।