OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରାର୍ଥନା - ଦେବବ୍ରତ ଜେନା

ପ୍ରାର୍ଥନା - ଦେବବ୍ରତ ଜେନା

ପ୍ରତି ପ୍ରଭାତର ପହିଲି ପ୍ରଭାରେ
ପ୍ରକାଶ ତବ ପୀୟୁଷ ।
ପଥିକଟିଏ ମୁଁ ଅନ୍ୱେଷେ ପ୍ରଭୁ ଗୋ
ପାଇବାକୁ ସେ ପରଶ ।।
ପାପଧାରୀ ପ୍ରାୟ ପଂକିଳ ଭାବନା
ପଙ୍ଗୁ-ପାଷାଣ ମୋ ପ୍ରାଣ ।
ପ୍ଲାବିତ କର ମୋ ପାଷାଣ ପ୍ରାଣକୁ
ପରମାର୍ଥେ ଲାଗୁ ମନ ।।
ପୁର-ପଲ୍ଲୀ ପୂତ ପ୍ରାସାଦ-ପ୍ରବାସେ
ପ୍ରତୀକ୍ଷଣେ ପ୍ରତୀକ୍ଷିତ ।
ପାଇବାକୁ ତବ ପବିତ୍ର ପରଶ
ପିପାସିତ (ହେ) ପ୍ରାଣକାନ୍ତ ।।
ପରହିତ ପାଈଁ ପୁଷ୍ପ ପ୍ରାୟ ହୋଇ
ପ୍ରସ୍ଫୁଟିତ ପଛେ ହେବି ।
ପଦ୍ମଲୋଚନ ହେ ପଦୁଅଁ ସଦୃଶ
ସୁବାଷ ପରଶୁ ଥିବି ।।
ପୁଷ୍ପର ପରଶେ ପଟ ନିସ୍ତାରିଣ
ପୁଲକିତ ପ୍ରାଣକୃଷ୍ଣ ।
ପ୍ରଲୁବ୍ଧ ମନ ମୋ ପ୍ରତି ସନ୍ଧିକ୍ଷଣେ
ପ୍ରଭୁ ପାଦପଦ୍ମେ ମନ ।।
ପୀତାମ୍ଵର ପୀତବାସ ହେ ପରମ
ପ୍ରଣମ୍ୟ ତବ ପଦରେ
ପ୍ରବାହି ପାବନ ଗଙ୍ଗା ଏ ପୃଥ୍ଵୀରେ
ପାପକୁ ରଖ ହେ ଦୂରେ ।।


ଦେବବ୍ରତ ଜେନା
ଭୋଗରାଇ, ବାଲେଶ୍ୱର

0 Comments