Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସ୍ଵପ୍ନ ନାୟିକା - ଜିତେନ୍ଦ୍ର ସାହୁ

ଆଖି ପଲକରେ ରହିଛ ସତରେ
କିଏ ତୁମେ ଅନାମିକା?
ଆସି ମୋ ସପନେ ଘର ତୋଳି ମନେ
ହେଇଛ ସ୍ବପ୍ନ ନାୟିକା,,।।
ବାସ୍ତବେ ଦେଖିନି ତୁମକୁ ଜାଣିନି
ସ୍ବପ୍ନେ ସିନା ହୁଏ ଭେଟ,
ଚାନ୍ଦ ମୁହଁଟିକୁ ସ୍ପଷ୍ଟ ଦେଖିବାକୁ
ରାତି ପରା ଲାଗେ ଛୋଟ,,।।
ପରିଚୟ ଦିଅ ଠିକଣା ଗୋ କୁହ
ଦେଖିବି ବାସ୍ତବେ ଥରେ,
ହେ ସ୍ବପ୍ନ ନାୟିକା କରିବାକୁ ଦେଖା
ପ୍ରତି କ୍ଷଣେ ମୁଁ ଯେ ଝୁରେ,,।।
ହେଇଛି ପାଗଳ ଶୁଣି ମୁଁ କେବଳ
ତୁମ ମିଠା କଣ୍ଠସ୍ବର,
ଦେଖି ତୁମ ଛବି ସତେ ଆଙ୍କିଦେବି
ମନ କାଗଜରେ ମୋର,।।

ଜିତେନ୍ଦ୍ର ସାହୁ,ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments