Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସେଇ ପାହାଡ଼ ସେପାରେ - ସିପ୍ରା ନାମତା

ସେ ତ କଥା କୁହା ଏକ ବନ ଝରଣା
କଥା ମାନେନା ,ମୋ କଥା ମାନେନା ।।

କଳ କଳ ଝରଣା ତ ବୋହିଯାଏ ରେ
ଝରଣା ର ପାଣି ରେ ତା ମୁହଁ ଦିଶେ ରେ
ଛଳ ଛଳ ଆଖି ର ତା'କଜ୍ଜଳ ଗାର
କହିଯାଏ କେତେ କଥା ମନ ପ୍ରାଣ ର
ଆହା ପ୍ରେମ ପ୍ରିତୀ ର
ଓଃ .......ହୋ ..ହୋ ....ସେଇ ଦୂର ପାହାଡ ର
ଆର ପଟ ରେ
ଗାଁ ମଝା ମଝିରେ
ମୋ ପ୍ରିୟା ତା' ଠିକଣା ଟା କହିଯାଇଛି
ଛୁଇଁ ବାକୁ ଗଲେ ହାତ ପାଏନା
କଥା ମାନେନା ,ମୋ କଥା ମାନେନା ।।

ଛମ ଛମ ବାଜେ ତା' ପାଦ ନୁପୁର
ରୁଣୁ ଝୁଣୁ ଶୁଭେ ତା'କାଚ ହାତ ର
ଚିବୁକରେ କଳା ଜାଈ ଭଉଁରୀ ଖେଳେ
ଅଧର ରେ ମିଠା ହସ ସରାଗ ବୋଳେ
ଚାହେଁ ଲାଜ ଆଖିରେ
ଓଃ.. ହୋ... ହୋ... ସେଇ ଭସା ବାଦଲ ର ରଙ୍ଗ ତୂଳୀରେ
ସେ ଚିଠି ଲେଖେ ରେ
ମୋ ପ୍ରିୟା ତା'ମନ କଥା ଲେଖିଦେଇଛି
ଧରିବାକୁ ଗଲେ ହାତେ ମିଳେନା
କଥା ମାନେନା ,ମୋ କଥା ମାନେନା ।।

ସିଏ ମୋ ପ୍ରୀତି ଫୁଲ ତାଆରି ପାଇଁ
ଭଅଁର ମୁଁ ମତୁଆଲା ଚୁମିବା ପାଇଁ
ମାଆ ର ରକ୍ଷା ପାଇଁ ବୀର ସନ୍ତାନ
ସେବା ସାରିଲେ ମୁଁ ଫେରିବି ଜାଣ
ସତ ହେବ ସପନ
ଓଃ .....ହୋ.... ହୋ... ସେଇ ଭିଜା ଶ୍ରାବଣ କୁ
ରହିଛି ଚାହିଁ
ତା'ର ପରଶ ପାଇଁ
ମୋ ପ୍ରିୟା ମୋ ଫେରିବାକୁ ଚାହିଁ ବସିଛି
ସ୍ବପ୍ନ କେବେ ସତ ହେବ ଜାଣେନା
କଥା ମାନେନା, ମୋ କଥା ମାନେନା ।।


ସିପ୍ରା ନାମତା (ନମ୍ରତା)
ବାରିପଦା, ମୟୂରଭଞ୍ଜ
ମୋ- 8249850168

Post a Comment

0 Comments