Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଯେବେ ବି ଜହ୍ନକୁ ଦେଖେ - ରାଜେଶ ପୂଜାରୀ

ମୁଁ ଶିହରି ଯାଏ ଏହି ଭାବନାରେ
ରାତିରେ ଯେବେ ବି ଜହ୍ନକୁ ଦେଖେ
କାଳେ ତୁ ବି ଦେଖୁଥାଇ ପାରୁ
ଠିକ୍ ମୋ ଭଳି
ଭିଜଉଥିବ ଆପାଦୁ ମସ୍ତକ
ଲହରୀ ମାଳ ଆନମନା ହୋଇ
ସ୍ମୃତି ସରୋବରୁ
ନୀରବତା ଯେମିତି କୋଳି କଣ୍ଟା ପରି
ଦାଗି ଦେଉଛି ମତେ
ଅବିକଳ ସେଇ ବ୍ୟଥା
ବୋଧେ ହେଉଥିବ ତତେ !

ଦୁନିଆଁରେ ଯନ୍ତ୍ରଣାରେ
ରହିବାକୁ ଇଚ୍ଛା ନାହିଁ କାହାରି
ହେଲେ ଯନ୍ତ୍ରଣା ହିଁ
ସର୍ବୋତ୍କୃଷ୍ଟ ଉପାସନା ମୋହରି
ସେହି ଯନ୍ତ୍ରଣାରେ ବିଦ୍ୟମାନ
ମଧୁର ସ୍ମୃତି ତୋହରି
ମାର୍ ପାରୁଛୁ ଯେତେ ଆଖିଛୁରୀ
ମୁଁ ରହିଛି ବକ୍ଷ ପ୍ରସାରି ।

ଏ ପବନ ସ୍ପର୍ଶ କରନ୍ତି ମତେ
ଏତେ ଆତ୍ମିୟ ଭାବରେ
ଯେମିତି ଚିଠିଟେ ଦେଇଛୁ ତାଙ୍କ ହାତରେ
ଆଉ ସେମାନେ ମତେ
ସାଉଁଳି ସାଉଁଳି
ବୁଝାଉଛନ୍ତି ତା ଅର୍ଥ ନିଜସ୍ବ ଛନ୍ଦରେ
ଯାହା ଅବୁଝା ଚିରକାଳ ।

ତୁ ଦୂରେଇ ଥିଲେ ବି ପାଖେଇ ଯାଉ
କିଛି ମୂହୁର୍ତ୍ତ ପାଇଁ
ତୋ କୋଳରେ ଶୁଆଇ
ଚୁମ୍ବନର ବର୍ଷାରେ
ଆଛନ୍ନ କରିପକାଉ ତାଳୁରୁ ତଳିପା
ମନମଗ୍ନ ହୁଏ
ଗଜଲ୍ ପରି ଅନୁମିତ
ତୋ ମିଠା ମିଠା କଥାରେ‌‌ ।

ସତରେ
ମୁଁ ଖୁବ୍ ଭାବୁକ ହୋଇଥାଏ
ରାତିରେ ଯେବେ ବି ଜହ୍ନକୁ ଦେଖେ‌‌ !


କୁଶମେଲ, ଝାରସୁଗୁଡ଼ା

Post a Comment

0 Comments