ରଥଯାତ୍ରା - ସନ୍ତୋଷ ପଟ୍ଟନାୟକ

ରଥଯାତ୍ରା - ସନ୍ତୋଷ ପଟ୍ଟନାୟକ

ବଡ଼ଦିଅଁ ବୋଲି ସବୁ ବଡ଼ ହେଲା
ଗାଧୁଆ ବି ବଡ଼ ତୁମ
ଶହେ ଆଠ ଗରା ଗାଧୋଇବା ପଛେ
ଭକ୍ତ ଦରଶନେ ମନ...

ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ
ବିଧିମତେ ଗୋଧୋଇବା
ଏହିପରା ତୁମ ପୂରୁବ ପ୍ରସ୍ତୁତି
ରଥଯାତ୍ରା କରାଇବା....

ଭକତର ପ୍ରାଣ ଭକତ ସ୍ପନ୍ଦନ
ଭକତର ଲାଗି ଯାତ
ନବ ଯଉବନେ ଦେଇ ଦରଶନ
ଭକ୍ତ ହୃଦେ ଅବସ୍ଥିତ.....

ଗୁଣ୍ଡିଚା ରାଣୀଙ୍କ କଥା ରଖି ପ୍ରଭୁ
ଆରମ୍ଭିଲ ଏହି ଯାତ
ସ୍ନାନ ମଣ୍ଡପରୁ ଆରମ୍ଭ ହୁଅଇ
ନୀଳାଦ୍ରି ବିଜେ ସମାପ୍ତ....

ଶିରୀ ମନ୍ଦିରରେ ଦ୍ବାଦଶ ଯାତରା
ପ୍ରଧାନ ଏ ରଥଯାତ
ଘୋଷଯାତ୍ରା ସହ ଗୁଣ୍ଡିଚା ଯାତରା
ନାମରେ ବି ଏ ବିକ୍ଷ୍ୟାତ....

ରଥ ଯାତରାର ଆଠଗୋଟି ଦିଗ
ପ୍ରଥମେ ସ୍ନାନ ଉତ୍ସବ
ଦ୍ବିତୀୟେ ଅନବସର ତୃତୀୟରେ
ହୋଇଥାଏ ନେତ୍ରୋତ୍ସବ....

ଚତୁର୍ଥେ ପଡଇ ଗୁଣ୍ଡିଚା ଯାତରା
ପଞ୍ଚମେ ହେରାପଞ୍ଚମୀ
ଷଷ୍ଠରେ ଆସଇ ଆଡ଼ପ ପରବ
ଭକ୍ତ ନାଚୁଥାନ୍ତି ଝୁମି....

ସପ୍ତମରେ ହୁଏ ବାହୁଡା ଯାତରା
ଅଷ୍ଟମେ ନୀଳାଦ୍ରି ବିଜେ
ନନ୍ଦିଘୋଷେ ଦେଖି ପ୍ରଭୁ ଜଗନ୍ନାଥ
ଭକତର ଦୁଃଖ ହଜେ....

ଜଗତର କର୍ତ୍ତା ସର୍ବହୃଦ ସ୍ଥିତା
ପତିତ ଉଦ୍ଧାର ପାଇଁ
ବରଷକେ ଥରେ ମନ୍ଦିର ବାହାରେ
ଆସିଥାନ୍ତି ପରା ଧାଇଁ...

ବିଶ୍ବରେ ବିରଳ ଆମରି ଉତ୍କଳ
ପ୍ରଭୁ ଜଗନ୍ନାଥ ପାଇଁ
ତାଙ୍କରି ନାମଟି ତୁଣ୍ଡେ ଥାଉ ସଦା
ଗରବେ ଓଡ଼ିଆ ହୋଇ....

0 Comments