Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଜଗନ୍ନାଥ ତୁମେ କେଉଁଠି - ସିପ୍ରା ନାମତା

"ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ",, ବୋଲି ଅଜସ୍ର କଣ୍ଠ ରୁ ଝରି ପଡୁଥାଏ । ପହଡ଼ ଖୋଲି ସାରିଥାଏ ।ଭକ୍ତ ଗଣ ଆନନ୍ଦିତ ।କାହିଁକି ଜଗନ୍ନାଥ ଙ୍କ ର ଏମିତି ରୂପ ସେତେବେଳେ ବୁଝିପାରୁନଥିବା ଶିଶୁର ବୟସ ଅତିକ୍ରାନ୍ତ କରିଆସିଛି ଶ୍ୱେତା ।ଆଜି ସବୁ କିଛି ବୁଝି ପାରୁଛି । ତଥାପି ମନ ମଧ୍ୟ ରେ ଅନେକ ଅବୁଝା ପଣିଆ କୁ ସାଇତି ରଖିଛି ।ପିଲାଦିନେ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ,ଫୋଟୋ ,କ୍ୟାଲେଣ୍ଡର ରେ ଅପୂର୍ବ ରୂପ କୁ ଦେଖି ଦେଖି ସବୁବେଳେ ତନ୍ମୟ ହେଉଥିବା ମନ କେତେବେଳେ ଜଗନ୍ନାଥ ଙ୍କ ଭିତରେ ହଜିଯାଇଛି ତାହା ଆବିଷ୍କାର କରି ଅତ୍ୟନ୍ତ ଉତ୍ଫୁଲ୍ଲିତ ହେଉଛି ସେ ।ପିଲାଦିନେ ନଦିଆ ନଗର କୃଷ୍ଣ ଦର୍ଶନ କରିବା ପରେ ଆମିଷ ଭକ୍ଷଣ କରିବନି ବୋଲି କହି ଘରକୁ ଫେରିଆସିଲା ପରେ ସତକୁ ସତ ସେ ଆଉ ଆମିଷ ଛୁଉଁ ନ ଥିଲା ।ଅନେକ ବର୍ଷ ପରେ ବାହା ହୋଇସାରିଲା ପରେ ପରିସ୍ଥିତି ର ଚାପ ରେ ରହି ଯାହା ମିଳିଲେ ତାହା ଖାଇବାକୁ ପଡିଲା ତାକୁ ।ସେ ଦୃଷ୍ଟିରୁ ଯେଉଁ ନୀତି ନିୟମ ର ଦ୍ୱାହି ଦେଇ ରକ୍ଷଣଶୀଳତା ବଜାୟ ରଖିଥିଲା ସେସବୁ ଧୀରେ ଧୀରେ ଅବଲୁପ୍ତ ହେବାକୁ ବସିଲା ।ଏମିତି କାହିଁକି ହେଉଛି , କଣ ପାଇଁ ହେଉଛି ସେ କିଛି ବୁଝି ପାରୁନଥାଏ । ଏହା ଭଗବାନ ଙ୍କ ର ମାୟା ?

ହଁ ,ମାୟା ବୋଲି ସେ ବୁଝୁ ଥାଏ ।ଜୀବନ ରେ ଯେତେବେଳେ କିଛି ନିଷ୍ପତ୍ତି ନେଇପାରେନା ସେ ଖାତା କାଢି ଲେଖେ ,,"ହେ କୃଷ୍ଣ ,ବାସୁଦେବ ...କୁହ ମୁଁ କଣ କରିବି ...କାହିଁକି ମୋତେ ଏତେ ଅସହାୟ କଲ ପ୍ରଭୁ ?"। ଭଗବାନ ଶୁଣନ୍ତି କି ନାହିଁ ସେକଥା ତା'ର ବୋଧଗମ୍ୟତାର ବାହାରେ ଥାଏ କିନ୍ତୁ ପ୍ରତ୍ୟେକ ଅସମାହିତ ପ୍ରଶ୍ନ ଓ କାରଣ ଖାତା ରେ ଲେଖା ଚାଲିଥାଏ । ସ୍ମୃତି ଝରକା ର ଫାଙ୍କ ଦେଇ ପଶି ଆସନ୍ତି ଦୁଇଟି ତରୁଣୀ ଚେହେରା ।ଜଣେ ସେ ଆଉ ଜଣେ ତା'ପ୍ରିୟ ବାନ୍ଧବୀ ।କାହିଁକି ସେ ଜନ୍ମ ହୋଇଛି ?କଣ ପାଇଁ ?ପ୍ରକୃତ ରେ କେଉଁଠାରୁ ଆସିଛି ? ଏମିତି ଅନେକ ପ୍ରଶ୍ନ ର ଅସମାହିତ ଉତ୍ତର ସେଦୁହେଁ ଖୋଜନ୍ତି। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସମାଧାନ ମିଳେନା । ତରୁଣ ବୟସ ଅତିକ୍ରାନ୍ତ ହେଲା ପରେ ବିବାହ କରିବାକୁ ପଡିଲା ଅଥଚ ମନ ରେ ଘର ସଂସାର ପ୍ରତି କୌଣସି ଆସକ୍ତି ନ ଥାଏ ।କିନ୍ତୁ ପରିବାର ର ଇଛା ବିରୁଦ୍ଧ ରେ ଯାଇହୁଏ ନାହିଁ । ବିବାହ ର ବର୍ଷେ ପରେ ଜଗନ୍ନାଥ ଦର୍ଶନ ର ସୁଯୋଗ ମିଳିଥାଏ। ସେତେବେଳେ ଭାଵ ର ସମୁଦ୍ର ରେ ଜୁଆର ଆସିବାର କୌଣସି ସୂଚନା ନ ଥିଲା ତା ପାଖରେ ।ବାଇଶି ପାହାଚ ଡେ଼ଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲାବେଳକୁ ପଣ୍ଡା ଙ୍କର ମୟୁରପୁଚ୍ଛ ମୁଣ୍ଡରେ ବାଜିଲା । ଆଃ ....ସମ୍ମୁଖରେ ଶ୍ରୀଜଗନ୍ନାଥ ଭାଈ ,ଭଉଣୀ ଙ୍କ ସହ ବିରାଜିତ ଦୃଶ୍ୟ ସଂଦର୍ଶନ ର ବିରଳ ମୁହୂର୍ତ୍ତରେ ଆଖିରୁ ଧାର ଧାର ଲୁହ ବୋହିଚାଲିଲା ।
ଇୟେ କଣ ସେଇ କଳା କାନହୁ ବଇଁଶୀ ଧାରୀ ?ସେ ଅପରୂପ ଭୁବନ ମୋହନ ତ୍ରିଭଙ୍ଗୀ ଠାଣି ରେ ଦଣ୍ଡାୟମାନ କମନୀୟ ପ୍ରଶାନ୍ତ ବଦନ ର ନୟନ ,ଏଇ ଗୋଲ ଗୋଲ ବିରାଟ ବୃତ୍ତ ପରି ଚକ୍ଷୁ ମଧ୍ୟରେ ସେ କାହାକୁ ଦେଖିବାକୁ ପାଉଛି ?।

-----ହେ ,ପ୍ରଭୁ ତୁମ ହାତ, ପାଦ ନାହିଁ ,କିନ୍ତୁ ତୁମେ ତ ବିଶ୍ୱନିୟନ୍ତା ,ସର୍ବଶକ୍ତିମାନ ତେବେ ତୁମେ କେମିତି ହସ୍ତପଦ ବିହୀନ ହେଲ ??
କାହିଁ ତୁମର ଦ୍ଵାପର ଯୁଗ ର ମନଲୋଭା କୃଷ୍ଣ ରୂପ !!
କାହିଁ ତୁମର ସେ ନୀଳମାଧବ ସୁନ୍ଦର ,କମନୀୟ ରୂପ
ଆଉ କାହିଁ ତୁମର ଏଇ କାଠ ଗଣ୍ଡି ରୂପ .....
କୁହ... କୁହ ପ୍ରଭୁ ତୁମେ କାହିଁକି ଏ ରୂପ ଧରିଲ ???

-----ଆରେ ,ମା ତୁ ଜାଣି ପାରୁନୁ କି ?ସେ ପରା ଜଗତ ର ନାଥ ଜଗନ୍ନାଥ ।କିଏ କହିଲା ସେ ହାତପାଦ ବିହୀନ ?ହାତ ନ ଥିଲେ ଦାସୀଆ ଠାରୁ କେମିତି ନଡିଆ ନେଇଥାନ୍ତେ କହିଲୁ ?
ଅସବର୍ଣ୍ଣ ବୋଲି ତା'ର ଶ୍ରୀମନ୍ଦିର ଆସିବା ବିରୋଧ ହେବାରୁ ସେ ସମୁଦ୍ର କୂଳରେ ବସି ବାଲୁକା ରଥ ଗଢି ସେଇଠି ନଡ଼ିଆ ଯାଚିଥିଲା ।ବନ୍ଧୁମାହାନ୍ତି ଙ୍କୁ ନେଇ ଅନ୍ନ ଥାଳି ଦେଇଆସିଥିଲେ।
ଏଇ ବଡ ବଡ ଚକା ନୟନ ରେ ଜଗତ ର ସବୁ କଥା ଜ୍ଞାତ ।

----କିନ୍ତୁ ନନା ଆପଣେ ,ସେସବୁ ତ ମୁଁ ବି ଜାଣିଛି ଯାହା ଆପଣ କହିଲେ ।କିନ୍ତୁ ମୋ ପ୍ରଶ୍ନ ସେଇଟା ନ ଥିଲା ।

-----ଆରେ ,ମା ସେ ବଡ ଗହନ ତତ୍ତ୍ୱ ର କଥା ।ଯିଏ ସେ ରସ ରେ ବୁଡିଛି ସେ କେବଳ ଜାଣିବ ,ଜାଣିପାରିବ ।ସମସ୍ତେ ନୁହନ୍ତି ରେ ମା ।ତା'ଛଡା ଯେ ପର୍ଯ୍ୟନ୍ତ ଭକ୍ତି ର ଉଦୟ ନ ହୋଇଛି ସେ ପର୍ଯ୍ୟନ୍ତ ସେକଥା ବୁଝିବା ବଡ ଦୁଷ୍କର ।

ଏ ଥିଲା ବିବାହ ବର୍ଷେ ପରେ ର ଘଟଣା । ୟା ଭିତରେ ମଝିରେ ମଝିରେ ଦୁଇ ତିନି ଥର ଶ୍ରୀମନ୍ଦିର ଯିବାର ସୌଭାଗ୍ୟ ସେ ପାଇଛି । କିନ୍ତୁ କୌଣସି ସମୟ ରେ ସେ ଈଶ୍ୱରଙ୍କ ସ୍ଥିତି କୁ ନେଇ ସନ୍ଦିହାନ ହେବାର କାରଣ ଗୋଟି କୁ ମନ ଭିତରୁ ପୋଛି ପାରେନି । ସାଧୁ ସନ୍ଥ ଙ୍କ ପ୍ରତି ତା ର ନିଷ୍ଠା ସ୍ୱତନ୍ତ୍ର ।କିନ୍ତୁ ଭୌତିକ ଜଗତ ର ବାସ୍ତବତା କୁ ନେଇ ଯେତେ ଜଟିଳତା ର ସମ୍ମୁଖୀନ୍ନ ହୁଏ ,ସେ ବାବଦ ରେ କୌଣସି ଅଭିଯୋଗ କରେନାହିଁ ସେ ।ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ କିଛି ମାଗିବା ସମ୍ପୂର୍ଣ୍ଣ ନୀତିବିରୁଦ୍ଧ ତା ର ।ଏ ସାଂସାରିକ ଦୁଃଖ ତ ସ୍ବ ଅର୍ଜିତ କର୍ମ ର।
ତେବେ ପୁଣି କାହିଁକି ଭଗବାନ ଙ୍କୁ କଷ୍ଟ ଦେବା ???
"ସେ "ତ କହି ନ ଥିଲେ ତୁମକୁ ପାପ କରିବାକୁ ।ନ୍ୟାୟ ଅନ୍ୟାୟ ଭିତରେ ପ୍ରଭେଦ ବୁଝିପାରିବ ବୋଲି ତୁମେ ମଣିଷ ଯୋନି ରେ ଜାତ ହେଲ ।ତୁମେ ଯଦି କୃମି କୀଟ ଠାରୁ ହୀନ ହେଲ ତେବେ ଭଗବାନ ଙ୍କୁ କାହିଁକି ଦୋଷ ଦେଉଛ ??

---ତୁମେ ପ୍ରକୃତରେ ବୈରାଗୀ ହୋଇଥିଲେ ଭଲ ହୋଇଥାନ୍ତା ।
ସ୍ୱାମୀ ଗୌରବ ମଝିରେ ମଝିରେ ଆକ୍ଷେପ ଦିଅନ୍ତି ।
ଶ୍ୱେତା ନିର୍ବିକାର ରହେ ।ସେ ଜାଣେ ଏ ସଂସାର ର ହଳାହଳ
କୁ ତାକୁ ପାନ କରିବାକୁ ହେବ , ଅନ୍ୟ ଗତି ନାହିଁ

ହଠାତ ଫୋନ ର ଲଗାତାର ଶବ୍ଦ ରେ ଦିଗମ୍ବର ବାବୁ ବ୍ୟସ୍ତ ହୋଇପଡିଲେ । ଶ୍ୱେତା ର ଆକ୍ସିଡେଣ୍ଟ ହୋଇଯାଇଛି ।ଗୌରବ ଫୋନ କରିଛନ୍ତି ।ଲଳିତା ଦେବୀଙ୍କୁ କିଛି ନ କହି ସେ ପ୍ରଥମେ କଣ ଅବସ୍ଥା ହୋଇଛି ଜାଣିବାକୁ ଚାହିଁଲେ ।କିନ୍ତୁ ମାଆ ଟା କୁ ସାଙ୍ଗ ରେ ନ ନେବେ ବା କେମିତି ?ଅଗତ୍ୟା ବାଧ୍ୟ ହୋଇ
ସସ୍ତ୍ରୀକ ଯାତ୍ରା କଲେ ।ପୁରୀ କୋଣାର୍କ ରାସ୍ତା ରୁ ଭୁବନେଶ୍ୱର ଯିବା ରାସ୍ତା ମଝିରେ ଶ୍ୱେତା ର ଘର ।ଅତଏବ ଜଗନ୍ନାଥ ଙ୍କୁ ସୁମରଣା କରି ବାହାରିଲେ ।

ହସ୍ପିଟାଲରେ ଝିଅ କୁ ପଡିଥିବାର ଦେଖି ମାଆ ଆଖିରେ ଲୁହ ର ବନ୍ୟା । ଚେତନା ଫେରିଆସିଥିଲା ଶ୍ୱେତା ର ।ଯେଉଁ କଥା ସେ ବର୍ଣ୍ଣନା କଲା ,ଦିଗମ୍ବର ବାବୁ ଏବଂ ଲଳିତା ଦେବୀ ଆଶ୍ଚର୍ଯ୍ୟ ରେ ପୁଲକିତ ହୋଇଉଠିଲେ ।ଶ୍ୱେତା ର ମୁଣ୍ଡ ଆଉଁସିଦେଇ ମାଆ କହିଲେ ----ତୁ ଧନ୍ୟ ହେଇଗଲୁ ରେ ମାଆ ।

ରୋଷେଇ କରୁଥିଲା ଶ୍ୱେତା ।ଏକାଦଶୀ ପାଇଁ ଶାଶୁ ଓ ଶ୍ୱଶୁର ଙ୍କୁ ମୁଗ ସିଝା ତିଆରି କରି ଦେଉଥିଲା ସେ ।ହଠାତ ପ୍ରେସର କୁକର ଟା ଆଶ୍ଚର୍ଯ୍ୟ ରୂପେ ଉପରକୁ ଉଠିଯାଇ ଛିଟିକି ପଡିଲା ତଳେ ,ଏକ ବିରାଟ ଶବ୍ଦ କରି । ଗ୍ୟାସ ଚୁଲ୍ଲା ଟା ମୋଡି ହୋଇ ଗଲା ଏବଂ ଚୁଲ୍ଲା ବସିଥିବା ମାର୍ବଲ ପଥର ଖଣ୍ଡ ଟି ଟୁକୁରା ଟୁକୁରା ହୋଇଗଲା ।ଶ୍ୱେତା ସେ ସମୟ ରେ କିଚେନ ରୁ ବାହାରି ଆସିଥିଲା ଏବଂ କାନ୍ଥ ରେ ଟଙ୍ଗା ହୋଇଥିବା ବିରାଟ ଫ୍ରେମ ମଧ୍ୟରେ ,ରାମ ,, କୃଷ୍ଣ ,, ଜଗନ୍ନାଥ ଙ୍କ ର ଫୋଟ କୁ ଚାହିଁଥିଲା କାରଣ ତାକୁ ଲାଗୁଥିଲା ସତେ ଯେମିତି ଜଗନ୍ନାଥ ଙ୍କ ମୁହଁ ରେ ହସ ଉକୁଟି ଉଠିଛି ।କେମିତି ଗୋଟେ ଉଜ୍ଜ୍ୱଳ ଆଭା ରେ ଚମକି ପଡୁଛି ଫ୍ରେମ ରେ ଥିବା ଜଗନ୍ନାଥ ଙ୍କ ଫୋଟ ।
ଠିକ୍ ସେତିକିବେଳେ ହିଁ ଏଇ ସମୟରେ ଦୁର୍ଘଟଣା ।ଅଳ୍ପ କେ ରକ୍ଷା ପାଇଗଲା ଶ୍ୱେତା ଜଗନ୍ନାଥ ଙ୍କ ପାଇଁ ସେଇୟା ସୁଚେଇବା ପାଇଁ ମାଆ କହୁଥିବା କଥା କୁ ସ୍ୱୀକାର କଲା
ଶ୍ୱେତା । ସତରେ ଅତି ଅଦ୍ଭୁତ ।ହୃଦୟ ଯେଉଁଠି ହାର ମାନିଯାଏ ,ମସ୍ତିଷ୍କ ର କିନ୍ତୁ ପ୍ରମାଣ ଦରକାର ହୁଏ ।

ଗୋଟେ ଘଣ୍ଟା ପରେ ସେମାନେ ଶ୍ୱେତା କୁ ନେଇ ଘର କୁ ଚାଲିଆସିଲେ ।ଶ୍ୱଶୁର ସଙ୍ଗେ ସଙ୍ଗେ ଗଣକ ଙ୍କ ସହ ପରାମର୍ଶ ପୂର୍ବକ ତା ପରଦିନ ବାଳୁତ ଭୋଜନ ସହିତ ବ୍ରାହ୍ମଣ ଭୋଜନ ଓ ଅନ୍ୟାନ୍ୟ ପ୍ରତିକାର ଦ୍ରବ୍ୟ ଦାନ ଦେବାର ବ୍ୟବସ୍ଥା କରିସାରିଥାନ୍ତି । ପ୍ରତ୍ୟେକ ବୁଧବାର ବିଷ୍ଣୁ ଦର୍ଶନ ଅର୍ଥାତ ଜଗନ୍ନାଥ ଦର୍ଶନ ଓ ତାଙ୍କ ଠାରେ ତୁଳସୀ ଅର୍ପଣ କରିବାର ବ୍ୟବସ୍ଥା ମଧ୍ୟ ପାଳିତ ହେବ ବୋଲି ଶ୍ୱେତା ର ପିତା ମାତା ଜାଣିବାକୁ ପାଇଲେ । ସେଦିନ ସନ୍ଧ୍ୟା ରେ ଟି ଭି ରେ ଧର୍ମ ଚ୍ୟାନେଲ ରେ
----ନା ହଂ ତିଷ୍ଠାମି ବୈକୁଣ୍ଠେ ,ଯୋଗୀନଂ ହୃଦୟେ ନ ଚ
ମଦ୍ଭକ୍ତା ଯାତ୍ର ଗାର୍ୟନ୍ତି ତତ୍ର ତିଷ୍ଠାମି ନାରଦ । ଜଣେ ସନ୍ଥ ଙ୍କ ଦ୍ଵାରା ପ୍ରଦତ୍ତ ଭାବାର୍ଥ କୁ ଅନୁଭବ କରୁ କରୁ ଶ୍ୱେତା ଯାଇ ସେଇ ଫୋଟ ପାଖରେ ଅତି ନିବିଷ୍ଟ ଚିତ୍ତ ରେ ଦେଖି ""ପ୍ରକୃତ ରେ ତୁମେ କେଉଁଠି ହେ ,ଜଗନ୍ନାଥ ?""
ପ୍ରଭୁ ଙ୍କ ମୁଖ ମଣ୍ଡଳ ସତେ ଯେମିତି ହସୁଥିଲା ,""---ମୁଁ ତ ଏ ଜଗତ ରେ ପରିବ୍ୟପ୍ତ ।ପ୍ରତ୍ୟେକ ରୂପ ରେ ପ୍ରତ୍ୟେକ ବସ୍ତୁ
ରେ । ପ୍ରତ୍ୟେକ ଙ୍କ ହୃଦୟ ଭିତରେ ଅଛି ମୁଁ ।କିଏ ଦେଖି ପାରେ ଆଉ କିଏ ବା ଦେଖିପାରେନା ।କ୍ଷୁଦ୍ର ନିଷ୍ପାପ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ଶଯ୍ୟା ରେ ପତିତ ବ୍ୟକ୍ତି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ଭିତରେ ଅଛି ।ପ୍ରତି ଟି କଣା ରେ ମୁଁ ହିଁ ମୁଁ ରହିଛି ।ମୁଁ
ହିଁ ସତ୍ୟ ,ଏ ଜଗତ ମିଥ୍ୟା ।

ଆଉ ପଛ କୁ ଫେରି ଦେଖିନି ଶ୍ୱେତା ,କେତେବେଳେ ତା ଘରସଂସାର ଜଗନ୍ନାଥମୟ ହୋଇଯାଇଛି ସେକଥା ନିଜେ ବି ଜାଣି ପାରି ନାହିଁ ।
ଆଜି ନନ୍ଦିଘୋଷ ଉପରେ ଚକାଆଖି ଦର୍ଶନ କରୁ କରୁ ପାଟିରୁ ବାହାରି ଆସୁଛି----
ହେ ପତିତପାବନ ହୃଦୟ ଯେତେବେଳେ ତୁମକୁ ମାନିନିଏ ,ସେତେବେଳେ ଭୌତିକ ଜଗତ ର ମାୟା ମୋହ ଉତ୍ପନ୍ନ ହୋଇ ପ୍ରମାଣ ଖୋଜେ ,ବୈଜ୍ଞାନିକ କାରଣ ଖୋଜେ କିନ୍ତୁ କିଛି ପାଇପାରେନା ।ପୁଣି ଯେତେବେଳେ ନିଜ ଶକ୍ତି ସାମର୍ଥ୍ୟ ରୁ ହାରିଯାଏ ସେତେବେଳେ ତୁମ ଶରଣାପନ୍ନ ହେବାକୁ ଦୌଡି ଆସେ । ଏ ହୃଦୟ ରେ ତୁମେ ସେମିତି ରହି
ଥାଅ ମୋତେ ନିଜର କରି ।
""ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ""
ଉର୍ଦ୍ଧବାହୁ ତୋଳି ଶରଣ ପଶିଲା ଶ୍ୱେତା ଜଗନ୍ନାଥ ଙ୍କ
ପାଖରେ ।.......

Post a Comment

0 Comments