OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅବସାଦ - ସଦାନନ୍ଦ ସାହୁ

ଅବସାଦ - ସଦାନନ୍ଦ ସାହୁ

ମନର .ଭାବନା କରେ ଆନମନା
ଚିତ୍ତ ହୁଏ ଭାରାକ୍ରାନ୍ତ ;
ଚିନ୍ତା ଗ୍ରସ୍ତ ହୋଇ ମନଯାଏ ମରି
ବଢ଼େ ଅବସାଦ ଦୁଃଖ !!
ଦୁଃଖ ଜୀବନର ଚିର ସହଚର
ମାନବ ସମାଜ ହେଜ ;
କାମନା କାରଣ ଯେ କରେ ବରଣ
ଅବିଶ୍ରାନ୍ତ ହୁଏ ଧର୍ଯ୍ୟ !!
ମନ ଭାବନାକୁ ବୁଝି ବୁଝିବାକୁ
କରହେ ପ୍ରୟାସ ସର୍ବେ ;
ଯାତନା କବଳେ ପଡନାହିଁ କେଵେ
ମାନସିକ ଅନୁଭବେ !!
ସର୍ବକୁଶଳ ରେ ମନ ପ୍ରାଣ ଝୁରେ
ମଙ୍ଗଳ ବିଧାନ ପାଇଁ ;
ପରିତ୍ୟାଗ କର ମନ୍ଦ ଭାବନାକୁ
ଜାଗି ଉଠ ସର୍ବେ ଭାଇ !!
ଶୁଭଫଳପ୍ରାପ୍ତି ହୋଇବ ନିଶ୍ଚୟ
କୁଶଳରେ ଥିଲେ ମନ ;
ସୁଭାବନା ରେ ଯେବେ ଦିନ ସରେ
ଶାନ୍ତି ଦ୍ଯନ୍ତି ଭଗଵାନ !!


ସଦାନନ୍ଦ ସାହୁ, କାରା କର୍ମଚାରି
କେନ୍ଦ୍ରୀୟ କାରାଗାର, ଚୌଦ୍ୱାର, କଟକ

0 Comments