Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଲଢ଼େଇ - ସୁଧାକର ସେଠୀ

କେତେ ଝଡଝଞ୍ଜା ଭିତରେ
ମିଳିଲା ସ୍ବାଧିନତା
ତ୍ୟାଗ ସଂଗ୍ରାମ ବଳିଦାନର
ଏ ଅକୁହା ଗାଥା।

ସଳିତା ପରି ଜଳିଜଳି
ହେଲା ବିକସିତ
ତା ବାଜିଆ ତା ଭଗତ
ହେଲେ ସମର୍ପିତ।

ଜୟି ରାଜଗୁରୁ, ସୁରେନ୍ଦ୍ର ସାଏ,
ବୀର୍ସା, ବକ୍ସି ଜଗବନ୍ଧୁ ବିଦ୍ୟାଧର
ତା ଖୁଦିରାମ ,ସବରକର କଥା
ମନେ ପଡୁଛି ଆଜିର ଦିନର।

କେତେ ଯେ ପୂତା
କେତେ ଯେ ମାଆ
ସହିଥିଲେ ଅସହ୍ୟ କଷଣ
ଲାଲ ପଗଡି ଭାରି ବୁଟ
ତଳେ ହାରିଲେ ତାଙ୍କ ପରାଣ।

ଦେଶ ଜାତି ଝୁରୁଛି ତାଙ୍କୁ
ଝୁରୁଛି ତାଙ୍କ ବଳିଦାନ
ବ୍ୟର୍ଥ ହୋଇନି ତାଙ୍କର ତ୍ୟାଗ
ଗରବେ କହୁଛୁ ଆମେ ସ୍ବାଧିନ ।

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ପବିତ୍ର ଏଇ ଆମ ମୂଲକ
ଲୁଟି ଚାଲିଲେ ଭାଙ୍ଗି ଚାଲିଲେ
ବିଦାରିତକଲେଏକ ପରେ ଅନେକ।

ରାତି ରାତି ଅନିଦ୍ରା ଭୟଭୀତିରେ
ବିତିଲା ସେ ଜିବନ
ପରଧିନତାର ସେ ଦିନଥିଲା
ବୁହୁତ ହିନିମାନ।

ପେଟ ପୁରେନା ଦେହଲୁଚେନା
ଜମିଦାର ସାହୁକାରଙ୍କ ନାଟ
ଫିରିଙ୍ଗ ବାଲାଙ୍କ ଟୋଲି ଆଗରେ
ହୁଗୁଳେ ସବୁ କବାଟ ।

କେତେଯେ ନେତା କେତେ ଲଢେଇ
କେତେ ଯେ ଆନ୍ଦୋଳନ
ଜଣକ ପରେ ଜଣେ ଟଳିଲେ
ହସି ହସି ଦେଲେ ଜିବନ।

ପାଇକ ବିଦ୍ରୋହ ହେଉ
ସିପାହି ବିପ୍ଳବ
ଫିରିଙ୍ଗି ସରକାରକୁ
ଥିଲା ଏହା ଠିକଣା ଜବାବ ।

ମାଛି ପତୁକ ପରି ଭାବୁଥିଲେ
ଭାରତୀୟ ମାନଙ୍କୁ
ଜାଲିୱାନା ଠାରେ ଗୁଳି କରିଲେ
ମାରିଲେ ନିରହ ଜନତାଙ୍କୁ।

ବର୍ବରତାର ଆଉଏକ ନମୁନା
ଥଲା ଇରମ ଗୁଳିକାଣ୍ଡ
ଏକୋଇଶ ଜଣ ଶହିଦ ହେଲେ
ରକ୍ତରେ ଭିଜିଲା ଦାଣ୍ଡ।

ମହତପ୍ରାଣା ପରି ବେୱା ହେଲା
ଫିରିଙ୍ଗଙ୍କ ଗୁଳିରେ ଶିକାର
ନୂଆ ଇତି ହାସ ସୃଷ୍ଟିହେଲା
ପବିତ୍ର ଉତ୍କଳ ଭୂଇଁର ।

ଆଜି ଆମେ ସ୍ବାଧିନ ବୋଲି
ହେଉଛୁ ଉତଫୁଲିତ
ଭୂଲି ଯାଉଛୁ ଆମ ପାଇଁ
ଥିଲା କେ ସର୍ପିତ।

ସେ ଦିନ ଆଉ ନାହିଁ ଭାଇରେ
ଆମେ ଲଭିଛୁ ସ୍ବାଧିନତା
ଆମ ଦେଶକୁ ଆଗେଇ ନେଇ
ଦେବୁ ଜଗତେ ବାରତା।

ଏବେ ଆସିଛି ଏକ ଲଢେଇ
ଦୃର୍ନିତି ବିରୁଦ୍ଧରେ
ଏକ ଯୁଟ ହୋଇ ପୁଣି ସଭିଏଁ
ଆସ ଲଢିବାରେ।


ସୁଧାକର ସେଠୀ, ବାଲେଶ୍ବର

Post a Comment

0 Comments