Information

ତୁ ଗଲାପରେ - ସିଦ୍ଧେଶ୍ଵର ତ୍ରିପାଠୀ

ତୁ ଆସିଲା ପରେ ପାଇଥିଲି ଦିନେ
ଭଲ ପାଇବାର ମଜା
ତୁ ଗଲା ପରେ ଏକା ଏକା ଆଜି
କାଟୁଛି ବିରହ ସଜା ।

ପାଗଳଟେ ପରି ଭଲ ପାଉଥିଲି
ତୋତେମୁଁ ହୃଦୟ ଦେଇ
କେତେ ପ୍ରତିଶ୍ରୁତି ଦେଇଥିଲୁ ମୋତେ
ମିଠା କଥା କହି କହି ।

ତୋତେ ନେଇଗଲା ସେଇ ରଜା ପୁଅ
ବଜାଇ ତେଲିଙ୍ଗି ବାଜା
ତୁ ଗଲା ପରେ ଏକା ଏକା ଆଜି
କାଟୁଛି ବିରହ ସଜା - - - - -

କହିଥିଲୁ ଦିନେ ମୋତେ ତୁ ସଜନୀ
ବୁହାଇ ଲୁହର ନଇ
ସାରା ଜୀବନତୁ ପ୍ରତୀକ୍ଷା କରିବୁ
ମୋ ହାତ ଧରିବା ପାଇଁ ।

କେଉଁ ଦୋଷ ଦେଖି ମୁହଁ ବୁଲେଇଲୁ
ବୁଜିଲୁ ମନ ଦରଜା
ତୁ ଗଲା ପରେ ଏକା ଏକା ଆଜି
କାଟୁଛି ବିରହ ସଜା - - - - -

Post a Comment