ରାଗ---ମିଶ୍ରକାଫି ତାଳ---ଖେମଟା
ନୀଳଚଳ ପତି ଙ୍କୁ ଦେଖ
କି ମଞ୍ଜୁଳ ତାଙ୍କ କଳା ଶ୍ରୀମୁଖ ।।
ମହାବାହୁ ଚାରିମୂରତି
ରତ୍ନସିଂହାସନେ ବସନ୍ତି
ସର୍ବ ଦେବାଦେବୀ ଚାରିପାରୁସ ରେ
ଧନ୍ୟ କଳାକାର ଜାଣେ କୁହୁକ , ନୀଳାଚଳ ପତି ଙ୍କୁ….।।
ଆଷାଢ଼ ରେ ରଥଯାତରା
ତିନି ରଥ ଦିଶଇ ତୋରା
ସିଂହଦ୍ଵାର ବଡ଼ଦାଣ୍ଡ ପାରୁସରୁ
ରଥ ବାହି ନେଇଯାଏ ଡାହୁକ , ନୀଳାଚଳ ପତି ଙ୍କୁ….।।
ଚାରିଦିଅଁ ତିନି ରଥ ରେ
ପତିତପାବନ ଯାତରେ
ପାପୀ ପାପ,ତାପ ନାଶିବା ପାଇଁକି
ବିଜୟ କରନ୍ତି ବିଶ୍ଵ ପାଳକ , ନୀଳାଚଳ ପତି ଙ୍କୁ….।।
ନନ୍ଦିଘୋଷେ କଳା ବାମନ
ଦେଖ ଆରେ ଅବୁଝା ମନ
କହଇ ପ୍ରଫୁଲ୍ଲ ଭବବନ୍ଧୁ ପାର
ହେବୁ ଭଜ ସେହି ମହାନାୟକ , ନୀଳାଚଳ ପତି ଙ୍କୁ…।।
0 Comments
You can write now your valuable comments here. Off-topic comments may be removed or deleted without prior notice.