ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଘୋଷେ ବିଦ୍ୟମାନ ବଡ ଠାକୁର - ସିପ୍ରା ନାମତା

ଘୋଷେ ବିଦ୍ୟମାନ ବଡ ଠାକୁର - ସିପ୍ରା ନାମତା

ସୁନ୍ଦର ତୁମ ନବ ଯଉବନ ,ସୁନ୍ଦର ତୁମ ଠାଣି
ସକଳ ବିଶ୍ୱବାସୀ ଙ୍କ ହୃଦ ନେଉଅଛ ତୁମେ କିଣି ।।

ଆକାଶୁ ପୁଷ୍ପ ବର୍ଷଣ ହୁଏ ମୌସୁମୀ ବୁନ୍ଦାର ଧାରେ
ସତେ କି କେଉଁ ଭକତ ର କଷ୍ଟ ବାଧେ ତୁମ ହିଆ ରେ ।।

ନର ନାରୀ ଦାଣ୍ଡେ ସନ୍ନିବେଶ ତୁମ ରଥ ଟାଣିବାକୁ
ଲୋକାରଣ୍ୟେ ବଡ କଷ୍ଟ ହୁଏ ତୁମ ମୁହଁ ଦେଖିବାକୁ।।

ଭାରି ଇଛା ହୁଏ ତୁମ ମୁହଁ ଟିକୁ ଏକାନ୍ତରେ ଦେଖିବାକୁ
ନୟନେ ନୟନ ମିଶାଇବାକୁ ପଡେନି ପଲକ ତଳକୁ।।

ବଡ ଦାଣ୍ଡେ ଗଡେ ତିନି ରଥ ତୁମ ଉଡାଇ ବିଜୟ ବାନା
ବର୍ଷକେ ବାହାର ଭ୍ରାତାଭଗ୍ନୀ ସାଥେ,ଲକ୍ଷ୍ମୀ ନ କରନ୍ତି ମନା ।।

ତୁମ ପରଶ ରେ ନନ୍ଦିଘୋଷ ଆଜି ଧନ୍ୟ ହୋଇଗଲା
ବଡଦାଣ୍ଡ ଶହ ଶହ ଜନତା ରେ ଗହ ଗହ ଉଛୁଳିଲା।।

ସୁନ୍ଦର ଟାହିଆ ଅପୂର୍ବ ଦିଶଇ ତିନି ଠାକୁର ମଥାରେ
ଝୁଲି ଝୁଲି ଆସୁଥାନ୍ତି କଳା ଧଳା ବେନିଭାଇ ପହଣ୍ଡିରେ ।।

ଘୋଷ ଯାତରା କୁ ଉଚ୍ଛନ୍ନ ହୋଇ ଯେ ଚାହିଁରହିଥାଅ
ଜଗତ ଜନ ର ଦୁଃଖ ଦୂର ପାଇଁ ଦରଶନ ଦେଉଥାଅ ।।

ରଥ ର ମହିମା କିଏ ତୁମ୍ଭର, ଆକଳନ କରିପାରିବ
ବଡ ଏଠି ସବୁ,ରଥ,ପଥ,ଦାଣ୍ଡ,ଆପେ ଆପେ ତ କହିବ।।

ରଥ ଯାତରା କୁ ପହଞ୍ଚି ନ ପାରି ଡାକିଥିଲା ସାଲବେଗ
ଅଟକି ଥିଲ ଯେ ଯବନ ର ପାଇଁ ଦେଖି ଭକ୍ତି ର ଆବେଗ ।।

ତୁମ ଶ୍ରୀମନ୍ଦିର ମନା ଅଛି ସିନା ,ମନା ନାହିଁ ବଡଦାଣ୍ଡ
ଅଭିମାନ କିଛି ନାହିଁ ମହାପ୍ରଭୁ ତୁମେ ହିଁ ଅଟ ବ୍ରହ୍ମାଣ୍ଡ ।।

ଶ୍ରୀଅଙ୍ଗ ରୁ ତୁମ ବୋହିଯାଏ ପ୍ରଭୁ ପହଣ୍ଡିର ଶ୍ରମଝାଳ
ପଣ୍ଡାଏ ଦେଖାନ୍ତି ସଗର୍ବେ ତାଙ୍କର ତୁମପାଇଁ ବାହୁବଳ ।।

ତୁମେ କଳାମୁଖ ଉଜ୍ଜ୍ୱଳ ଦିଶଇ ଭକତ ଜନ ଙ୍କୁ ଦେଖି
ଭକତ ଭକ୍ତି ଭାବ ରେ ସମର୍ପି ଦେଉଅଛି ହାତ ଟେକି ।।

ଭାଇ ଭଉଣୀଙ୍କୁ ସଙ୍ଗେ ଘେନି ମାଉସୀ ଘରକୁ ଆସି
ପୋଡପିଠା ନାନା ସୁସ୍ୱାଦୁ ବ୍ୟଞ୍ଜନଭୁଞ୍ଜିବାକୁ ହସି ହସି ।।

ଆଡପ ମଣ୍ଡପେ ନିତି ନୂଆ ବେଶେ ଭକତ ପ୍ରେମ ରେ ମଜ୍ଜି
ଦେଶ ବିଦେଶରେ ଚତୁର୍ଦ୍ଧା ମୁରତି ହୃଦେ ହୃଦେ ଯେ ବିରାଜି ।।

ତୁମେ କର୍ତ୍ତା ,ତୁମେ କ୍ରିୟା ଆଉ ତୁମେ ହିଁ କର୍ମ ଏଇ ସୃଷ୍ଟିର
ତୁମେ ଥାଉଁ ଥାଉଁ ଏଇ ତ୍ରିଭୁବନେ କରିବ କେ' ଦୁଃଖ ଦୂର ।।

ଲୀଳାମୟ ତୁମ ଲୀଳା ଯେ ବିଚିତ୍ର କିଏ ବା ବର୍ଣ୍ଣି ପାରିବ
ତୁମକୁ ବୁଝିବ ଏଇ ଦୁନିଆରେ ଯା ପାଖରେ ଭକ୍ତି ଥିବ ।।

କୋଟି କୋଟି ନମନ ତୁମଶ୍ରୀଚରଣେ ଢାଳଇ ସଚରାଚର
ଆନନ୍ଦ ମନରେ ଘୋଷ ଯାତ୍ରା କର ଜଗତ ର ବଡ଼ ଠାକୁର ।।

------ -------- -------- ------- ----------

ସିପ୍ରା ନାମତା ( ନମ୍ରତା )
ବାରିପଦା
8249850168

0 Comments