ସବୁ କାମ ଭଲ କାମ
କାମ ହିଁ ତ କାମ
ନାହିଁ ତାର ଅନ୍ୟ ନାମ
ଛୋଟ ବଡ଼ ନୁହେଁ କାମ

କାମକୁ କରିବ ଖୁସି ମନରେ
ଭାବିବ ନାହିଁ ବୋଝ ଭାବରେ
କାମରେ ତେବେ ଲାଗିବ ମନ
ଆଗ୍ରହ ବଢିବ ନିତ୍ୟ ନୂତନ

କାମ ଆମ ସବୁ ଦିନର ସାଥି
କାମ କରିବାକୁ ଆମର ସୃଷ୍ଟି
କାହାରି ଚାପରେ କରନି କାମ
ଶାନ୍ତି ପାଇବାରେ ହେବ ଅକ୍ଷମ

କରିବାକୁ କାମ କେବେ ନ ରଖ
କୌଣସି ନିର୍ଦିଷ୍ଟ ସମୟ
ମିଛରେ ଖାଲି ହେବ ଅଥୟ
ମଣିବ ନିଜକୁ ନିଃସହାୟ I