Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରାବଣୀ - ଗୋପାଳ ଚନ୍ଦ୍ର ସାଓ

ଶ୍ରାବଣୀ....
ତୁମେ ମୋତେ
କେତେ ଭଲ ପାଅ
ମୁଁ ତ କହି ପାରିବିନି...
ହେଲେ ମୁଁ....
ତୁମ ଛଡା ଆଉ କାହା କଥା
ଭାବି ବି ପାରୁନି...
ଜାଣିଛ ନା
ମୋତେ ଯେବେ ନିଃସଙ୍ଗତା
ଚୁମି ଚୁମି ଯାଏ
ସେତେବେଳେ...ମୁଁ ତୁମକୁ
ଅନେକ ଖୋଜେ
ହେଲେ ପାଖରେ ପାଏ ନି...
ମୋତେ ତ ଘାଇଲା
କଲାଣି ତୁମ
ତୀରିଛି ଚାହାଣି....
ତୁମେ ଅଛ ଦୂରେ
ତୁମେ ବି ଝୁର ମୁଁ ବି ଝୁରେ
ବେଳେ ବେଳେ
ଡର ଲାଗେ
କାଳେ ରହି ଯିବ କି
ଆମର ଏଇ ଅଧା ଲେଖା
ପ୍ରେମ କାହାଣୀ....


ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

Post a Comment

0 Comments