ପ୍ରୀତିପଦ୍ମା ଥିଲା ମନର ମାନସୀ - ମାନସ ରଞ୍ଜନ ପଟ୍ଟନାୟକ

ପ୍ରୀତିପଦ୍ମା ଥିଲା ମନର ମାନସୀ - ମାନସ ରଞ୍ଜନ ପଟ୍ଟନାୟକ

ପ୍ରୀତିପଦ୍ମା ଥିଲା ମନର ମାନସୀ
ମନ ଆକାଶର ଲାଜ୍ଜେଇ ଅଳସୀ
ମାନସ ଆତ୍ମାର ନିଛକ ଆଇନା
ନିଜେ ଭାଂଗିଥିଲା ହୋଇଗଲା ଚୁନା
ଲାଜକୁଳି ଲଡା ଆଖିର ଚାହାଣୀ
ହୃଦୟ ବକ୍ଷରେ ଥିଲା ମୋର ରାଣୀ
କେତେ ଉପଦେଶ ମାନିଛି ତାହାର
ବିଧାତା ନିୟମେ ଗଢ଼ିଲା ସଂସାର
ସୁନେଲି ରାଇଜେ ନିଦ ଭାଂଗିଗଲା
କୁହୁକ ନଗରେ ପ୍ରୀତି ହଜିଗଲା
ନିରବ ସାଧନା ଘାରିଗଲା ମତେ
ଜିଦିରେ ଅଟଳ କାନ୍ଦୁଥିଲା ଆସ୍ତେ
ପଦ୍ମା ହସିଦେଲେ ଜହ୍ନ ଲୁଚିଯାଏ
ବଗିଚରେ ଫୁଲ ଦୋଳି ଖେଳୁଥାଏ
ରାଗିଯାଇଥିଲେ କୋଇଲିର କୁହୁ
ଦୁଷ୍ଟ ପ୍ରଜାପତି ଖୋଜିହୁଏ ମହୁ
ଦିନେ କହିଥିଲା ହେ ରାଜକୁମାର
ସଜ ମୁଁ ହେଉଛି ଯାଅ ନାହିଁ ଦୂର
ମାନସର ସିଏ ମାନସୀ ନୋହିଲା
ଅମାଅ ନ୍ଧାକାର ଛାୟା ଢ଼ାଙ୍କିଗଲା
ସୁଖେଦୁଽଖେ ବାଣ୍ଟିଥିଲା ସେ ଜୀବନ
ଅଭିମାନୀ ରାଣୀ ଦୂରାଇଲା ମନ
କେଶରାଶି ତାର ମେଘର ମହ୍ଲାର
ପଲକେ ପଲକେ ଉଠିଲା ଜୁଆର
ଭଟ୍ଟା ପଡ଼ିଲାନି ଜଳସ୍ରୋତ କେବେ
ଫୁଲେଇ ଚାନ୍ଦଟା କହୁନି ନିରବେ
ନାନାବାୟା ଗୀତ ଶୁଭିଲାନି ସୁରେ
ପ୍ରୀତିପଦ୍ମା ମୋର ଝୁରୁଥିବ ଦୂରେ
ମନର ମାନସୀ ହୋଇ ରହିଥିବ
ଆର ଜନମରେ ସାଥି ନିଶ୍ଚେ ହେବ


ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ ମାଟିର ମହକ
ଦୂରଭାଷ ୯୦୪୦୭୫୧୪୯୦

0 Comments