Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରାବଣର ଶେଷ ଗୀତ - ସିଦ୍ଧେଶ୍ଵର ତ୍ରିପାଠୀ

ସରଳ ମନରେ ଅତି ସରାଗରେ
ତୁମ ଛବି ଆଙ୍କିଥିଲି
ତୁମେ ଦେଇଥିବା ପ୍ରତିଶ୍ରୁତିକୁ ମୁଁ
ଏ ଯାଏଁ ପାରୁନି ଭୁଲି ।

ତୁମେ ଇଚ୍ଛାବତୀ ଏଡ଼େ ବେଦରଦୀ
କ୍ଷଣିକ ସୁଖ ଦେଇ
କେଉଁ ଦୂର ଦେଶେ ନୀରବେ ରହିଛ
ଖୋଜି ଖୋଜି ପାଉନାହିଁ ।

ରଙ୍ଗୀନ ଜୀବନ ରଙ୍ଗ ହିନ କଲ
ତୁମେ ଗୋ କଣ୍ଢେଇ ରାଣୀ
ତୃଷ୍ଣlର୍ତ୍ତ ପଥିକ ଶୁଷ୍କ କଣ୍ଠରେ
ଲୋଡୁଛି ମୁଁ ଟୋପେ ପାଣି ।

ଏଶୋଷ ଏମିତି ମେଣ୍ଟୁନି କେମିତି
ବରଷା ଜଳରେ କେବେ
ପ୍ରାଣହୀନଟାକୁ ଦିଅ ସଞ୍ଜୀବନୀ
ଅଧର ଅମୃତ ବେଗେ ।

ତୁମ ବାଟ ଚାହିଁ ଦିନ ଗଲା ପରେ
ବର୍ଷା ଅନ୍ତେ ଉପନୀତ
ତୁମରି ସ୍ମୁତିରେ ଆଜିମୁଁ ଲେଖୁଛି
ଶ୍ରାବଣର ଶେଷ ଗୀତ ।


ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା

Post a Comment

0 Comments