Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆତୁରେ ଡାକୁଛି ନୀଳାଚଳିଆ - ଘନଶ୍ୟାମ ସାହୁ

ଆସିଥିଲି ଶିରୀ କ୍ଷେତ୍ର ପବିତ୍ର ହେଲା ମୋ ନେତ୍ର
ଆନନ୍ଦେ ମଗନ ହେଲି କାଳିଆ
ଆର ଜନମରେ ଯେବେ ନର ଜନ୍ମ ନେବି ତେବେ
ଆଣି ରଖିବୁ ତୋ ପାଦ ତଳିଆ
‌କାଳିଆ ରେ କାଳିଆ ।।୦।
ଆହା କି ସୁନ୍ଦର ରୂପ ଓମ୍ କାର ବ୍ରହ୍ମ ସ୍ୱରୂପ
ଆଉ କି ଲୋଡିବି ଭାବେ ମୁଁ ତାହା
ଆତ୍ମବିସ୍ମୃତ ହୋଇଲି ଯେବେ ଶ୍ରୀ ମୁଖ ଚାହିଁଲି
ଆସିଲା କି ଭାବ ହେଲି ବାଇଆ
କାଳିଆ ରେ କାଳିଆ ।।୧।
ଆଖି ରେ କି ଯାଦୁ ଅଛି ଭୁଲିଗଲି ସବୁ କିଛି
ଆସିବାକୁ ଫେରି ମୋର ଚାଳିଆ
ଆନନ୍ଦ ବଜାରେ ବୁଲି ମହାପ୍ରସାଦ ଭୁଞ୍ଜିଲି
ଆତ୍ମା ଶାନ୍ତି ହେଲା ଚକାଡୋଳିଆ
କାଳିଆ ରେ କାଳିଆ।।୨।
ଆଦିକନ୍ଦ ଆଦିମୂଳ ପଡ଼ି ଏ ମାୟା ଜଞ୍ଜାଳ
ଆତୁରେ ଡାକୁଛି ନୀଳାଚଳିଆ
ଆର୍ତ୍ତତ୍ରାଣ ନାମ ତୋର ମୁହିଁ ନିମିତ୍ତ ମାତର
ଆଶ୍ରେ ମୁଁ ଲଙ୍ଘିବି ଭବ ଦରିଆ
କାଳିଆ ରେ କାଳିଆ ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ ----- ୭୫୯୧୨୭

Post a Comment

0 Comments