Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମୟ ସ୍ରୋତ - ସଦାନନ୍ଦ ସାହୁ

ସମୟ ସ୍ରୋତ ରେ ସବୁ ଭାସିଯାଏ
ରହେନାହିଁ କିଛି ବାକି ;
ସମୟ ଫେରେନା ପଛକୁ ତ ଜମା
ପାରେନାହିଁ କେହି ରୋକି !!
ଏ ସମୟ ବାପୁଡା ନୁହେଁ ପଥହୁଡ଼ା
ଏକଗ୍ରତା ତା'ର ଲକ୍ଷ୍ୟ ;
ସମୟ ବଦଳେ ପ୍ରତି କ୍ଷଣ କ୍ଷଣେ
ହୁଏ ନାହିଁ ଆନମନା ;
ପ୍ରତି ମୁହୂର୍ତ୍ତ ରେ ନୂଆ ବାର୍ତ୍ତା ଆଣେ
ଦେଇ କେତେ ଆଶ୍ୱାସନା ;
କଵି ତୋଳି ଧରେ ଲେଖନୀ ମୁନରେ
ସମୟ ର ସ୍ମୃତି ଛବି ;
କଵି ଭାବନାରେ ସମୟ କୋଳରେ
ଉଁଏ ପୂଣି ନୂଆ ରବି !!
ସମୟ ସମ୍ପଦ ନହେଉ ବିପଦ
ତୋଳି ଧରୁ ହସ ଫୁଲ ;
ହେ ମାନବ ହେଜ ସମୟ ମହତ୍ତ୍ଵ
ସମୟ କରିବ ଗେଲ !!
ସମୟକୁ ନଷ୍ଟ କରନା ମଣିଷ
ସମୟ ଅମୂଲ୍ୟରତ୍ନ ;
ସମୟ ତ ସାଥୀ ସ୍ମୃତି ପ୍ରତିଛବି
କରିବ ଆମର ଯତ୍ନ !!




ସଦାନନ୍ଦ ସାହୁ, କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର, ଚୌଦ୍ୱାର, କଟକ

Post a Comment

0 Comments