ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବ୍ୟଙ୍ଗ କବିତା - ଷଣ୍ଢ - ରମାକାନ୍ତ ମିଶ୍ର

ବ୍ୟଙ୍ଗ କବିତା - ଷଣ୍ଢ - ରମାକାନ୍ତ ମିଶ୍ର


ବାଲି ବା ମାଟି ଗଦାକୁ ଦେଖିଲେ
ଷଣ୍ଢ ର ସିଂଗ ସିଉଳେଇ ହୁଏ
ଷଣ୍ଢ ମାନେ ରହି ପାରନ୍ତି ନାହିଁ
ଖାଲି ଗର୍ଜନ କରି ମାଟି ଗଦାକୁ
ସିଂଗ ରେ ବିଦାରି ପକାନ୍ତି
ଆଉ ଗୋଡ଼ରେ ଆଡେଇ
ଵିଭତ୍ସ୍ୟ ପରିସ୍ଥିତି ସୃଷ୍ଟି କରନ୍ତି
କଣ୍ଟକିତ ଗଛ ଟିଏ କୁ ଦେଖିଲେ
ଷଣ୍ଢ ମାନଙ୍କର ଦେହ କୁଣ୍ଡେଇ ହୁଏ
ଯଦି ଗଛର ଶକ୍ତି ଅଛି ସେ ବଂଚି ଯିବ
ନ ହେଲେ ମଲା ସେ ଗଛ ।

ଏଠି ଭୁବନେଶ୍ୱର ରେ
ଷଣ୍ଢ ମାନଙ୍କ ର ଦାଉ ଅଧିକ
ସେମାନଙ୍କ ଠାରୁ ବଂଚିବା କଷ୍ଟ
ଏଠି "ଆ ଷଣ୍ଢ ମତେ ଭୁଷ
ତୁ ବି ଖୁଶ ଆଉ ମୁଁ ବି ଖୁଶ "
କରିବାର ଦରକାର ନାହିଁ
ଷଣ୍ଢ ନିଜେ ଆସି
ଦୁଆରେ ହାଜିର ହୋଇ ଯାଇ ଥିବ ।


ରମାକାନ୍ତ ମିଶ୍ର
VIM-268, Sailashree Vihar, Bhubaneswar - 21

0 Comments