Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଫୁଲେଇ ରାଣୀ - ପ୍ରକାଶ କୁମାର ଚାନ୍ଦ

ଫୁଲ ସବାରୀରେ ବସିବୁ କେବେ ତୁ
ଆଲୋ ମୋ ଫୁଲେଇ ରାଣୀ
ଫୁଲ ପରିକା ତୋ ଗୋରା ଦେହରେ
ପଡ଼ିବ ବାଡୁଅ ପାଣି ।।

ହାତରେ ମେହେନ୍ଦି ମଥାରେ ଚନ୍ଦନ
ପାଦରେ ଅଳତା ଗାର
ପାଦ ଚିପି ଚିପି ଆସିବୁ ବେଦୀକୁ
ପାଖରେ ବସିବୁ ମୋର
କଣେଇ କଣେଇ ଚୋରା ଚାହାଣି ରେ
ଧୀରେ ନେବୁ ମନ କିଣି
ଫୁଲ ସବାରୀରେ....... ।।

ସାତ ଜନମକୁ ହୋଇବ ଏକାଠି
ଦୁଇଟି ଅଜଣା ମନ
ସେଦିନ ମୋ ଘରେ ଅନ୍ଧାର ରାତିରେ
ଦେଖିବି ହଜାରେ ଜହ୍ନ
ସେ ଜହ୍ନ ଆଖିରେ ନିଦ କିଆରୀରେ
ସୁନା ସ୍ୱପ୍ନ ଦେବି ବୁଣି ।।
ଫୁଲ ସବାରୀରେ....... ।।


ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୩୯୩୮

Post a Comment

0 Comments