ମା - ମାନସ ରଞ୍ଜନ ପଟ୍ଟନାୟକ

ମା - ମାନସ ରଞ୍ଜନ ପଟ୍ଟନାୟକ

ମା'ବୋଲି ଯେଉଁ ଡାକଟି ଅଟେ ଅମୂଲ୍ୟ ଡାକ ।
ଓଁକାର ଶବଦେ ଶିଶୁଟି ହୁଏ ତା ସଙ୍ଗେ ଭେଟ ।।
ଦଶମାସ ଦଶଦିନଟି ଖେଳା କଲା ଗର୍ଭରେ ।
ନୂତନ ଆଲୋକ ଦେଖାଇ ମା' ରହେ କଷ୍ଟରେ ।।
ନିଜେ ନଖାଇ ମା'ଟି ପୁଅ ବାଟକୁ ଚାହେଁ ।
କେତେ ଦୁଽଖକଷ୍ଟ ସହିଣ ମା' ନିରବ ରହେ ।।
ମା କୋଳେ ଥିଲେ ପିଲାଟି ନଥାଏ ତାହାର ଭୟ ।
ସତେକି ସରଗ ରାଇଜ ସିଏ କରିଛି ଜୟ ??
ମା'ର ମମତା ମା'ର ପରସ ଆଣି ଦିଏ ସୁଖଶାନ୍ତି ।
ମା'ବିନା ପରା ଅନ୍ୟଗତି ନାହିଁ ଦୁଽଖ ଅଶ୍ରୁବହେ ନିତି ।।
ଭୋକିଲା ପେଟରେ ମା'କୁ ଦେଖିଲେ ଆସିଯାଇଥାଏ ରାଗ ।
ରାଗଦେଖି ସିଏ କଚାଡି ନଦେଇ ପେଟକୁ ଚିହ୍ନଇ ଆଗ ।।
ଫୁଲ ପରି ସେ'ତ ଅଟଇ କୋମଳ ଆଉ ଯେତେ କଣ୍ଟାଗ୍ରତ ।
ସଦା ତା'ର ସ୍ନେହେ କାନ୍ଦୁଥାଏ ପ୍ରାଣ ଲାଗୁଛି ସବୁ ବିରକ୍ତ ।।


ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ, ମାଟିର ମହକ, ସାକ୍ଷୀଗୋପାଳ

0 Comments