Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବୟସର ଅପରାହ୍ନ - ଦିପ୍ତୀଲେଖା ମିଶ୍ର

ମୁଁ ଆଜି ପହଂଚିଛି
ମୋ ବୟସର ଅପରାହ୍ନରେ
ଯେଉଁଠି ଖାଲି ଦୁଃଖ,ଅପମାନ
ଆଉ ଅନେକ କଷ୍ଟରେ ଭରି
ହେଲାଣି ମୋର ଏ ଶରୀର।
ସମୟର ଅପରାହ୍ନ ସିନା
କ୍ଷଣିକ ମାତ୍ର ରହିବ
ଭରସା ଦିଏ ପୁଣି
ସୂରୁଜ ଉଇଁବ
ଆଲୁଅ ଦିଶିବ
ଏ ଗଗନ ଭୁବନ
କିନ୍ତୁ ବୟସର ଅପରାହ୍ନ
ପାଦ ଥାପିବା ମାତ୍ରେ
ଆପଣା ଲୋକଙ୍କ ଠାରୁ
ମିଳେ ଖାଲି ଘୄଣା,ଅପବାଦ
ଯାହା ହଜମ କରିପାରେନି
ଏ ଜରାଜୀର୍ଣ୍ଣ ଶରୀର ।
ଭାରୀ କଷ୍ଟ ଦିଏ
ସମୟର ଅନ୍ଧତ୍ବ,ବଧିରତା
ଆଉ ଦୁର୍ବଳ ଶରୀର
ତଥାପି ମୁଁ ଚାହିଁ ରହିଛି
ସଦା ଚାତକ ଭଳି
କେବେ ମୁକ୍ତି ପାଇବ
ମୋର ଏ ଶରୀର
ପହଂଚିବ ଈଶ୍ବରଙ୍କ ଦ୍ବାର
ସପନ ହେବ ମୋ ସୁନ୍ଦର ॥


ଦିପ୍ତିଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ

Post a Comment

0 Comments