Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଧାଗଢା ପ୍ରେମ - ପ୍ରଶାନ୍ତ କୁମାର ନାଥ

ବହୁଦିନ ପରେ ଆଜି ପୁଣି ଥରେ
ପ୍ରିୟା ସହ ଭେଟ ହେଲା
ଜାଣିଲି କାହିଁକି ଏତେଦିନ ହେଲା
ମୋ ଠାରୁ ଦୂରେଇ ଥିଲା ।
ବହୁଦିନ ହେଲା ଦେଖିବାକୁ ତାକୁ
ମନ ମୋର ଝୁରୁଥିଲା
ଦେଖିଦେଲା ପରେ ଅତି ସହଜରେ
ସ୍ୱପ୍ନ ସବୁ ହଜି ଗଲା ।
ଆଢୁଆଳେ ତାର ଫେରିଯିବି ଭାବି
ଫେରେଇଲି ଯେବେ ପାଦ
କେଜାଣି କାହିଁକି ବୁଲି ଚାହିଁବାକୁ
ମୋତେ ସେ କରିଲା ବାଧ୍ୟ ।
ସିଂଥିରେ ତାହାର ଦେଖିଲି ସିନ୍ଦୁର
ବେଶି ସେ ଝଟକୁ ଥିଲା
ଭାବିଲି ମୋଠାରୁ ଆଉ କିଏ ବୋଧେ
ବେଶି ଭଲ ପାଇଗଲା ।
ଏତେଦିନ ହେଲା ଯେଉଁ ଆଶା ଟିକ
ମନରେ ମୋ ରହିଥିଲା
କିଛି ମୁହୂର୍ତ୍ତରେ ସତେକି ଯେମିତି
ସବୁ ଆଶା ମରିଗଲା ।
ସେଦିନ ପରିବି ମୋତେ ଦେଖି ସିଏ
ସେଇମିତି ହସୁଥିଲା
ହେଲେ ସେହି ହସ ଖୁସି ବଦଳରେ
ଦୁଃଖ ବେଶି ଦେଉଥିଲା ।
ସିଏକି ବୁଝିବ ଅପେକ୍ଷାରେ ତାର
ଦିନ ମୋର କଟୁଥିଲା
ଆଉ କାହା ସାଥେ ଘର ସଜାଡ଼ିସେ
ନୂଆ ଖୁସି ପାଇଥିଲା ।
ହୃଦୟରେ ସିନା ଲେଖି ସାରିଥିଲା
ସିଏ ଆଉ କାହା ନାମ
ସିଏକି ଜାଣିବ ତପାଇଁ ରହିଲା
ମୋର ଅଧା ଗଢା ପ୍ରେମ ।


ସୁନ୍ଦରପୁର, ପ୍ରୀତିପୁର, ଯାଜପୁର

Post a Comment

0 Comments