OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅସଫଳତା - ସାତ୍ତ୍ଵିକ ବହିଦାର

ଅସଫଳତା - ସାତ୍ତ୍ଵିକ ବହିଦାର

ଅସଫଳତା ଏକ ଆଦ୍ୟ ସିଢି ସଫଳତା ପ୍ରାପ୍ତି ପାଇଁ
ଦୃଢ଼ମନା ବ୍ୟକ୍ତି ଅଭିଧାନ ରେ ଅସମ୍ଭବ ଶବ୍ଦ ଯେ କାଇଁ
କାପୁରୁଷ ପାଇଁ ପାଲଟେ ସମର୍ପଣ ର ଏକ ସରଳ ମାଧ୍ୟମ
ସଂଗ୍ରାମୀ ବ୍ୟକ୍ତି ପାଇଁ ହୁଏ ନୂତନ ସଂଗ୍ରାମର ଅୟମାରମ୍ଭ

ସମାଜ ପାଇଁ ଅସଫଳ ବ୍ୟକ୍ତି ପାଲଟେ ଏକ କଟାକ୍ଷ
ଉଦ୍ୟମି ପାଇଁ ଅସଫଳତା ଏକ ପ୍ରେରଣା ର ରୁଦ୍ରାକ୍ଷ
ଏକ ବହ୍ନି ସାଧାରଣ ବ୍ୟକ୍ତି କୁ କରେ ଅସାଧାରଣରେ ରୂପାନ୍ତରଣ
ସଂଗ୍ରାମ, ସହିଷ୍ଣୁତା ଓ ନିରନ୍ତର ଚେଷ୍ଟାର ଦୀପଶୀଖା କରେ ପ୍ରଜ୍ବଳନ

ଲିଙ୍କନ ରୁପି ସଂଗ୍ରାମୀ ବ୍ୟକ୍ତି କୁ ଗଢି ତୋଳେ ଆମେରିକାର ରାଷ୍ଟ୍ରପତି
ଜୋର୍ଡାନ ଭଳି ଲଢୁଆ ଖେଳାଳି ପାଲଟେ ବାସ୍କେଟ ବଲ ର ଅଧିପତି
ଏଡିସନଙ୍କ ଅସଫଳତା ର ଯାତ୍ରା ବିଶ୍ୱ କୁ କଲା ବିଜୁଳିବତୀ ରେ ଉଦ୍ଭାସିତ
ଅସଫଳ ସନ୍ଦୀପ ମାହେଶ୍ୱରୀ ହେଲା ପ୍ରେରଣା ଗୁରୁ ରୂପେ ବିଶ୍ୱେ ପରିଚିତ

ଅସଫଳତା କୁ କର ସମୀକ୍ଷା ଓ ମାନିନେ ତୋର ମାର୍ଗଦର୍ଶକ
ନିରନ୍ତର ପ୍ରଚେଷ୍ଟା ଆଗେ ଅସଫଳତା ହେବ ନିଶ୍ଚେ ନତମସ୍ତକ
ଅସଫଳତାରେ ହୁଅନି ବନ୍ଧୁ କଦାପି ବ୍ୟଥିତ ଓ ହତୋତ୍ସାହିତ
ଦିନେ ତୁମ ସଫଳତାର ସୁଗନ୍ଧେ ହେବ ଚତୁର୍ଦିଗ ସୁବାସିତ |


ସାତ୍ତ୍ଵିକ ବହିଦାର
ଗ୍ରାମ- ବେଲପାହାଡ, ଜିଲ୍ଲା- ଝାରସୁଗୁଡା, ଓଡିଶା
ମୋ- ୭୩୮୧୦୦୭୦୧୧

0 Comments