OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସେଇ ମୁକ୍ତିପଥ ମଙ୍ଗଳ ମୂର୍ତ୍ତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସେଇ ମୁକ୍ତିପଥ ମଙ୍ଗଳ ମୂର୍ତ୍ତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଆରେ ବାଇଆ ମନ , ଅସ୍ଥିର ନହୋଇ ଭଜତୁ--
ସେଇ ଚକାନୟନ , ଆରେ ବାଇଆ ମନ…।।

କୋଟି ବ୍ରହ୍ମାଣ୍ଡ ର ରାଜାଧି ରାଜ
ଅମର ପୁରୀର ଇନ୍ଦ୍ରାବରଜ
ତାଙ୍କୁ ତୁ ଭଜ ରେ ତାଙ୍କୁ ତୁ ଭଜ
ଅନିତ୍ୟ ସଂସାରୁ ତରିଯିବୁ ଧନ
ମୁକତି ଲଭିବ ତୋର ଜୀବନ , ଆରେ ବାଇଆ ମନ…।।

ବାରାନିଧି କୂଳେ ନୀଳଶଇଳେ
ବିଜୟ କଳପ ବଟର ମୂଳେ
ବଡ ଦେଉଳେ ରେ ବଡ଼ ଦେଉଳେ
ଲକ୍ଷେ ବିଷ୍ଣୁ ଶିଳା ଚକାବଇଠି ରେ
ଭାଇ,ଭଉଣୀ ଙ୍କ ସହ ଆସିନ , ଆରେ ବାଇଆ ମନ…।।

ବିନତା ର ସୁତ ଭକ୍ତି ମୁଦ୍ରା ରେ
ଶ୍ରୀଛାମୁରେ ଉଭା ଯୋଡହସ୍ତରେ
ଆନନ୍ଦ ଭରେ ରେ ଆନନ୍ଦ ଭରେ
ଦର୍ଶନ କର ତୁ ଭବ ବନ୍ଧ ଡେଇଁ—
ଯିବୁ , ନଦଣ୍ଡିବ ସେ କାଳ ଯମ , ଆରେ ବାଇଆ ମନ…।।

ପତିତପାବନ ନୀଳଚକ୍ରରେ
ଶରଧାବାଲି ତା ବଡ଼ଦାଣ୍ଡରେ
ମେଘନାଦ ପାଚେରୀ,ର ଭିତରେ
ଆନନ୍ଦ ବଜାରେ ଶ୍ରୀମହାପ୍ରସାଦ
ମୋକ୍ଷ ଲଭିବୁ ତୁ କରସେବନ , ଆରେ ବାଇଆ ମନ…।।

ସେହି ଲକ୍ଷ୍ମୀ ପତି ଅଗତି ଗତି
ସେହି ମୁକ୍ତିପଥ ମଙ୍ଗଳ ମୂର୍ତ୍ତି
ଦେଵେ ମୁକତି ରେ ଦେବେ ମୁକତି
କହଇ ପ୍ରଫୁଲ୍ଲ ଆରେ ବାଇମନ
ଭଜରେ ତୁ ଥରେ ପୁରୁଷୋତ୍ତମ , ଆରେ ବାଇଆ ମନ..।।

0 Comments