Information

ମମତାର ଜହ୍ନ - ରୀତା ଅପରାଜିତା ମହାନ୍ତି

ତରାଫୁଲ ପରି ସେ ଫୁଟିଛି
କୁନି କୁନି ଆଖି ରେ ସେ ନୂଆ ନୂଆ ଦୁନିଆ ଦେଖୁଛି
ମା କୋଳ ପାଇଛି
ସେଇ ତା ପାଇଁ ସବୁଠାରୁ ନିରାପଦ ଜାଗାଟିଏ
କଳା ମାଣିକ ଆସିଛି
ସେଥିପାଇଁ ପରl ଏ ଧରା ହସୁଛି
କେତେ ଅଧା ଥିଲି ତତେ ପାଇ
ପୁରା ହେଲି
ଯଶୋଦା ମୁଁ ତୋର ଦେବକୀ ମୁଁ ତୋର
ଦୁନିଆ ଗୋଟେ ଖରା ହେଲେ
ମୋ କୋଳ ତୋ ନରମ ବିଛଣା
ମୋ ମଧୁ ଝର ଦେଇ କରିବି ବଡ଼
ଦିନେ ତୁ ଦେଶ ଜାତିରେ ଆମ ନାଁ ରଖିବୁ
ତୋ ଦରୋଟି ଭାଷା ରେ
ଆମଘର ଗୁଞ୍ଜି ଉଠିବ ।

କବିତା ମୁଁ ଲେଖିନି
ମନର ଭାଷା ହିଁ ଲେଖିଛି
କିଏ ବୁଝୁ କି ନ ବୁଝୁ
ସେ ମା ର ମମତା ପ୍ରୀତିର ଗୀତି
ଦିନେ ସେ ବଡ଼ ହେବ ଦେଶ ଜାତିରେ ନାଁ କରିବ
ଜାଣେନା ଛୋଟ ମନର ସ୍ୱପ୍ନ ମୋର ପୁରା ହେବ କି ?
ମାର ଅଙ୍କ କଷା କେବେ ସରେନା...
ସରିଯାଏ କବିତା ଲେଖା


ରୀତା ଅପରାଜିତା ମହାନ୍ତି
ପ୍ଲଟ ନ ୮୩ (ସି) ଆମ୍ରପଲ୍ଲୀ, ଭୁବନେଶ୍ଵର

Post a Comment