Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ୟାର୍ ତତେ ନମସ୍କାର - ଫିରୋଜ୍ କୁମାର ପଟେଲ

କାହାକେ ଗୋ ଇନେ ନିଜର କହେବୁ
କାହାକେ କହେବୁ ପର
ମନର ଜୁଳି ବି କଅଁଲି ମନକେ
ଭାଙ୍ଗି ଦେସି ଥର ଥର
ପିରତି ଶ୍ରାବନ୍ ଢାଲିଦେଲେ ବି
ନିଜର କହିକେ,
ଇନେ କିହେ ନାଇଁ ମିଳନ ୟାର
ପ୍ୟାର୍ ..ତତେ ନମସ୍କାର ।

ପ୍ରେମ ର୍ କଥା ଶୁନି ଥିଲି ସିନେ
ନାଇଁ ଦେଖି କେବେ ତାହାକେ
ଆମର ଯୁଗେ ପ୍ୟାର୍ ଅଲଗା ଆଏ ଭାଇ
ହେସି ଯାହାକେ ତାହାକେ
ବେଳ ବାଦଲଲା ଭାଵ ବଦଲଲା
ଦେଖ ମୁନୁଷ୍ ର୍,
ଦୁଗ୍-ଲା ହେଲା କିରଦାର
ପ୍ୟାର୍ ..ତତେ ନମସ୍କାର ।

ଟୁକେଲକେ ମନ ଚାଏର୍ ଟା ପିଲା
ପିଲା ଖୁଜେ କଅଁଲି କଁସି
ସବୁ ପାର୍କ ହେଲା କୁଞ୍ଜବନ ଦେଖ
(ପିଲେ) ପ୍ରେମ କରୁ ଥିବେ ବସି
ତନର୍ ସଉକ ମନକେ ମାରଲା
ଇ ପ୍ୟାର୍ ହିଁ ତ ,
ଅବିଶ୍ୱାସର୍ ସୂତ୍ରଧାର
ପ୍ୟାର୍..ତତେ ନମସ୍କାର ।

କେନ୍ ଧାଙ୍ଗରୀର୍ ତିରଛି ନଜରେ
ମନ ଅଳଝି ଯିବା ଯେବେ
ଜୀବନଟା ସାରା ଖାଲି କଲବଲ
ରହି ନାଇଁ ହୁଏ ଥାବେ
ନାଇଁ ମିଶୁ ମନ କେବେ କେନସି ନେ
ଶାନ୍ତିର୍ ଜୀବନେ,
କାହିଁ ଆଁନମି ହାହାକାର
ପ୍ୟାର୍..ତତେ ନମସ୍କାର ।

କୃଷ୍ଣ ମହାପୁରୁ ପିରତି ଫାସେ
ବାନ୍ଧି ଥିଲେ ଗୋପି ରାଧା
ଫିରବି ତାଙ୍କର ଶାଶ୍ୱତ ପ୍ରେମ
ରହିଗଲା ପରେ ଅଧା
କେନ୍ତା ସେ ଫଲତା ମୁନୁଷର୍ ପ୍ରେମ
ଖାଲି ଶେଷ କେ,
କନ୍ଦା ଗଗା ଏକା ସାର
ପ୍ୟାର୍..ତତେ ନମସ୍କାର ।


ଫିରୋଜ୍ କୁମାର ପଟେଲ
ଅବନକେଲା, ସୁନ୍ଦରଗଡ-୧୯

Post a Comment

0 Comments