Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବନ୍ଧୁ - ସସ୍ମିତା କୁମାରୀ ଆଚାର୍ଯ୍ୟ

ବନ୍ଧୁର ଭାଷା ନାହିଁ ଦୁନିଆ ରେ
ବନ୍ଧୁର ଶଦ୍ଦ ନାହିଁ ଜଗତ ରେ
ବନ୍ଧୁର ସରଗ ଠୁ ବି ବଡ ସଂସାର ରେ
ବନ୍ଧୁର ହୃଦୟ ଭାବ ରାଗ ରେ
ସେ ପରା ଜୀବନ୍ତ ଠାକୁର
ସମସ୍ତଙ୍କର ପାଖରେ.........୧
ବନ୍ଧୁର ଦୁଃଖରେ ସୁଖରେ ଥାଏ ସବୁ
ବେଳ ଅତି ସୁନ୍ଦର ଭାବ ଧାରା ରେ
ବନ୍ଧୁର ସ୍ନେହ, ପ୍ରେମ ,ଭଲପାଇବା
ସବୁଠୁ ଅଲଗା ପ୍ରତିକ୍ଷଣ ମୁହୂର୍ତ୍ତ ରେ
ବନ୍ଧୁର ସେ ଜୀବନ ପ୍ରତି ଛବି ରେ...୨
ବନ୍ଧୁର ସେ ସାଂଗ,ସାଥୀ,ଭାଇ
ଭଉଣୀ ସମ୍ପର୍କ ଡୋରି ରେ
ବନ୍ଧୁର ସବୁଠୁ ସୁନ୍ଦର ଆବେଗ
ଆକୃତି ରୁପ ସମାଜ ପ୍ରତିଷ୍ଠା ରେ
ବନ୍ଧୁର ମୂଲ୍ୟ ନାହିଁ ଟଙ୍କାରେ
ସେ ପରା ସଭିଙ୍କର ଅନ୍ତର
କୋଣ ମନର ପୁଲକ ରେ...୩
ବନ୍ଧୁ ଅଛି ଯାହାର ସିଏ ଅଛି
ଭାଗ୍ୟଶାଳୀ ଜୀବନ ରେ
ଠାକୁର କୁଂ ଧନ୍ୟବାଦ ଦେଉଛି ତମ
ପରି ସବୁ ବନ୍ଧୁ ଆସିଛନ୍ତି
ମୋ ଭାଗ୍ୟ ରେ.......୪


ସସ୍ମିତା କୁମାରୀ ଆଚାର୍ଯ୍ୟ
ରାୟଗଡା, ଓଡିଶା

.

.

Post a Comment

0 Comments