Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାଜେକଥା - ବଦଳି ଗଲାଣି ଗାଁ ର ଚିତ୍ର - ସଲିଳ କୁମାର ସ୍ଵାଇଁ


ବଦଳି ଗଲାଣି ମୋ ଗାଁ'ର ଚିତ୍ର । ଗାଁ ସାରା କଂକ୍ରିଟ ରାସ୍ତା । ନଟୁବାଟି ଖେଳିହଉନି । କୀଳା ପୋତି ସକାଳୁ ସକାଳୁ ଆଉ ଗାଈବଳଦ ବଂଧା ହଉନାହାନ୍ତି ।ମା ମାଉସୀ ଆଉ ଗୋବରପାଣି ପକଉନାହାନ୍ତି । ବୋହୂମାନେ ପିଣ୍ଢାରେ ଦାନ୍ତକାଠି ପାଣିଢାଳ ଶଶୁର ପାଇଁ ଥୋଉନାହାନ୍ତି । ଗାଧୁଆ ତୁଠରେ ନୂଆ ଭୁଆଷୁଣୀ ଆଉ ଯାଆନଣନ୍ଦଙ୍କ ଟାପରାରେ ଝାଉଁଳି ଯାଉନି ।

ବାହାପୁଆଣିରେ ସାଇଭାଇ ଆଉ ଅଣ୍ଟାଭିଡି ସାହାଯ୍ୟ କରୁନାହାନ୍ତି । ମଡାସାଙ୍ଗିଆଙ୍କ କଥା ନ କହିଲେ ଭଲ । ମଶାଣିଭୂଇଁରେ ବରାଦ କରନ୍ତି ମଦ । ଏଇଟା କୁଆଡେ ସଦ୍ଯତମ ସଂସ୍କାର । ପୂଜ୍ଯପୂଜା ଆମ ସଂସ୍କୃତି ଆମ ପରମ୍ପରା । ବଡମାନେ କ'ଣ ସ୍ନେହ ଦେବାରେ ଉଣା କଲେକି ? ସାନମାନଙ୍କର ସମ୍ମାନବୋଧ ହ୍ରାସ ପାଉଛି । ଘଷା ଫୋନଟେ ଧରି ପିଲାମାନେ ଶିଖୁଛନ୍ତି କ'ଣ ?

ସଂଜରେ ଜଳୁନି ପ୍ରଦୀପ । ଶୁଭୁନି ନବାକ୍ଷରୀ । ଭାଗବତ ଟୁଙ୍ଗୀ ଲାଗେ ଖାଁ ଖାଁ । ଟିଭି ଧାରାବାହିକ ଦଉଛି ଢେର୍ ଆନନ୍ଦ । ସାଇଭାଇ ଗାଁ'ଭାଇ ଏକାଠି ହଉଛନ୍ତି ସତ, ଦୁଃଖସୁଖ କମ୍, ପରଚର୍ଚ୍ଚା ବେଶୀ । ପରିସ୍ଥିତି ବେଳେବେଳେ ଗମ୍ଭୀର ବି ହେଉଛି । ସତରେ ମୋ ଗାଁ ବଦଳୁଛି ।


ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ : ୯୪୩୭୦୯୦୧୨୪

Post a Comment

0 Comments