Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରିୟା - ଧୃବ ଚରଣ ବେହେରା

ତୁମ ହସ ଲାଗେ ଜହ୍ନ ଠୁ ସୁନ୍ଦର
ଚିବୁକ ଗୋଲାପି ନଈ
ଫଗୁଣ କି ସତେ ଓହ୍ଲାଇ ଆସିଛି
ଜଳଇ ପୀରତି ଜୁଇ ।।

କେତେ ଉନ୍ମାଦନା ଭରିଛି ହୃଦୟେ
କହିହେବ ନାହିଁ ସାଥି
ଲାଗୁ ଅଛ ପରୀ ମେନକା ସୁନ୍ଦରୀ
ମଧୁପୁର ମଧୁମତୀ ।।

ତନୁ ରେ ଭରିଛି ଯୌବନ ଜୁଆର
ସରମି ଲତା ଗୋ ମୋର
ବିଧାତା ଗଢିଛି ରାଜଜେମା କରି
କେ ଦେବ ଉପମା ତାର ।।

ଅଳସୀ ଆଖିର ଚୋରା ଚାହାଣିରେ
କେତେ ସ୍ମୃତି ଅଛି ଭରି
ପ୍ରଜାପତିଙ୍କର ଲାଗିଯିବ ଭିଡ
ଦେଖିକି ରୂପ ମାଧୁରୀ । ।

ବିନା ବସନ୍ତରେ କୋଇଲି ଗାଇବ
ଝରିବ ପ୍ରେମ ରାଗିଣୀ
ପ୍ରେମ ପାନ୍ଥଶାଳା ଲେଖିବ କାହାଣୀ
ମୁଁ ରାଜା ତୁମେ ରାଣୀ ।।

ସେହି କାହାଣୀର ପ୍ରଥମ ଭାଗରେ
ନାୟିକା ମୋ ପ୍ରିୟତମା
ଶେଷ ଦୃଶ୍ୟ ଯେବେ ହୋଇବ ସମାପ୍ତ
ଠିକଣା ତା ଅନୁପମା ।।


ଧ୍ରୁବ ଚରଣ ବେହେରା

Post a Comment

0 Comments