Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତ୍ରିରଙ୍ଗାରେ କଳଙ୍କର ଛିଟା - ସିଦ୍ଧେଶ୍ଵର ତ୍ରିପାଠୀ

ଭାରତ ସ୍ୱାଧୀନ ହେବା ପରଠାରୁ
ଏ ମାଟିରେ ତ୍ରିରଙ୍ଗା ଉଡୁଛି
ଗାଁ' ଠୁ ସହର ସବୁଠି ପ୍ରଗତି
ଆମ ଦେଶ ଆଗକୁ ବଢୁଛି ।

ହେଲେ ନିରେଖି ଚାହିଁଲେ ଥରେ
ତୁମେ ଦେଖି ପାରିବ
ଆମ ଦେଶର ବାସ୍ତବ ଚିତ୍ରକୁ
ମାଟି ପାଣି ପବନରେ ବିଷ
ଏଇ ପରିବେଶରେ ରହୁଥିବା
ଗୁଡାଏ ବିଶ୍ୱାସ ଘାତକଙ୍କ
ନିର୍ଦୟ ଆଖିକୁ ।

ଦିନରାତି ଦେଶକୁ
ସୁରକ୍ଷା ଦେଇଦେଇ
ସୈନିକ ଟା ଗୁଳିରେ ଟଳୁଛି
ଦେଶବାସୀଙ୍କୁ ଖାଦ୍ୟ ଯୋଗାଉ ଯୋଗାଉ
ଚଷା ପୁଅ ବିଷ ପିଇ ଜୀବନ ହାରୁଛି।

ବୋହୁ ଏଠି ଯୌତୁକ ଜୁଇରେ ଜଳୁଛି
ଅନ୍ଧାରତ ଛାଡ
ଦିବସର ଦିବାଲୋକେ
ନାରୀର ଇଜତ ଏଠି
ଦାଣ୍ଡରେ ଗଡୁଛି ।

ନାହିଁ ଶିକ୍ଷା ନାହିଁ ସ୍ୱାସ୍ଥ୍ୟ
ସ୍ୱଚ୍ଛତାକୁ କିଏ ପଚାରୁଛି
ଆଜିବି ଅନ୍ଧାର ତଳେ
କେତେ କେତେ ଜୀବନ ବିତୁଛି
ଭବିଷ୍ୟତ ଉଆଁସର ଆକାଶେ ହଜିଛି ।

ମୂଲ୍ୟହୀନ ରାଜନୀତି ସବୁଠି ଚାଲିଛି
ତେଲିଆ ମୁଣ୍ଡରେ ତେଲ
ଯନ୍ତ୍ରି ମନ୍ତ୍ରି ସବୁ ଭଲ
ମଳି ମୁଣ୍ଡିଆଙ୍କୁ ଏଠି କିଏ ପଚାରୁଛି ।

ସ୍ୱାଧୀନତା କେଉଁଠି ହଜିଛି
କେତେ କେତେ ନିରୀହ ମଣିଷ
କାହା ପାଖେ ମୁଣ୍ଡବି ବିକିଛି ।

ସବୁଠି ଅଶାନ୍ତିର ବହ୍ନି
ଖୋଜିବି ମିଳୁନି ଏଠି
ସ୍ନେହ ପ୍ରେମ ବନ୍ଧନର ଅଠା
ଆଖି ଖୋଲି ଥରୁଟିଏ ଦେଖା
ତ୍ରିରଙ୍ଗାରେ କଳଙ୍କର ଛିଟା ।
ଆଖି ଖୋଲି ଥରୁଟିଏ ଦେଖ
ତ୍ରିରଙ୍ଗାରେ କଳଙ୍କର ଛିଟା - - - -

Post a Comment

0 Comments