Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଫେରନ୍ତା ଯାଜ୍ଞସେନୀ - ପ୍ରଶାନ୍ତ କୁମାର ସାହୁ

ସେଇ ତ ଫମ୍ପା ଶବଦ
ତୁମ ଆଉ ମୋର ଯୁଗଳବନ୍ଦୀରେ
ଉଦ୍ଧୃତ ଖାଲି ଆମ ଅସମୟର
ବିକୃତିର ନୂତନାତାରେ ସମୃଦ୍ଧ ।
ତାଳ ମେଳ ଆଉ ତୁମ କୁହା ଛନ୍ଦରେ
ଧରିନିଏ ହୃଦୟ ସ୍ପନ୍ଦନ
ଖାଲି ତୁମ କଥାରେ ,
ବିଚିତ୍ର ମନର ସ୍ବାର୍ଥ ହିତେ
ବ୍ୟାଖ୍ୟାନ ଏ ତୁମରି ହିତରେ ।
କିଏ ସେ ପଚାରେ ଜୀବନର ମାନ
ଜୀଇଁବାର ମୂଲ୍ୟାଙ୍କନେ
ଅବା ସେଇ ଚରିତାର୍ଥ ଇଚ୍ଛାର ହବନେ ,
ଯାଜ୍ଞସେନୀ ଆସିବାଟା ସନ୍ଦିହାନ ବୋଲି
ଭୁଲିଯାଇଛ କି ତୁମେ
ଏରୁଣ୍ଡିବନ୍ଧର ରକ୍ଷାକବଚ?
ଖାଲି ତୁମ ଆଉ ମୋ
ପାପର ସ୍ବର୍ଗର ଦୁଆରେ
ଚାଲିଛି ତ ମିଥ୍ୟାରେ
ସତ୍ୟର ଉବାଚ ।
ଏକ ସ୍ରୋତ ଅଭିନ୍ନ ଯେ
ସମ୍ପର୍କର ଜନ୍ମ ନାଡ଼ି ନେଇ
ନାଚାର କିପରି ହେଲା
କିଏ ଅଛ କୁହ !
ବିବେକକୁ ଦେଇନ କି ସ୍ବାର୍ଥ ଯଜ୍ଞେ
ଯାଣିଶୁଣି ହରେଇ ।
କି ବାନ୍ଧୁଛ ଅବିବେକି ଡୋରେ
ଛଳନାର ଶାସ୍ତ୍ର ପୃଷ୍ଠା ପଢ଼ି
ପରେ ମୁଢ଼ କହି ଲେଖନାହିଁ
କୁତ୍ସିତ ହୃଦୟେ
ସ୍ବକାଳିମା କୋମଳ ଶବଦେ ।


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments