ବିଦାୟ - ସାଗର ପ୍ରଧାନ

ବିଦାୟ - ସାଗର ପ୍ରଧାନ

ବିଦାୟ ବି ଅଦିନିଆ ବର୍ଷା ପରି
ଅଜାଣତେ ବହିଯାଏ ଅଶ୍ରୁ ଧାର
ହୃଦୟ ଅନ୍ତରୁ ଉଠେ କୋହ ସବୁ
ସମୁଦ୍ରେ ତରଙ୍ଗାଇତ ଉର୍ମି ପରି।

ତରୁ ବୃନ୍ତ ଡାଳୁ ପକ୍ଷୀ ନିଡ ପରି
ଭାଙ୍ଗି ଯାଏ ହସ ଖୁସି ଦିନ ସବୁ
ଆଖିରେ ନାଚି ଉଠେ ବିଗତ ସ୍ମୃତି
ବର୍ଷାଜଳ ସାଥିରେ ଫୋଟକା ପରି।

ଜିମୂତେ ଚକିତ ସୌଦାମିନୀ ପରି
ମନ ତଳେ କମ୍ପିତ ହୁଅଇ ଶଙ୍କା
ଜୀବନେ ମିଳନ ହୋଇ ବ କି ନାହିଁ
ମେଘ ବିନା ଭ୍ରମିତ ମୟୁରୀ ପରି।


ସାଗର ପ୍ରଧାନ, ଗଂଜାମ
ମୋ - ୮୧୨୪୭୭୬୨୮୭

0 Comments