କରିବା ପ୍ରକୃତି ରକ୍ଷା - ପ୍ରଣତୀ ମହାପାତ୍ର

କରିବା ପ୍ରକୃତି ରକ୍ଷା - ପ୍ରଣତୀ ମହାପାତ୍ର

ବରଷକ ବାରମାସ ଛଅଋତୁ
ସଭିଏଁ ଜାଣିଛେ ଆମେ,
ଗୋଟେପରେ ଗୋଟେଆସନ୍ତି ଧରାକୁ
ମଜ୍ଜି ରହି ନିଜ କାମେ।
ହେଲେ ସାଙ୍ଗ ଆଉ କ୍ରମ ଅନୁଯାୟୀ
ଆସନ୍ତିନି ଛଅଋତୁ,
ଧରା ମାନବଙ୍କ ନାରକୀୟ କାଣ୍ଡେ
ଏଠି, ବଳବତ୍ତ ଗ୍ରୀଷ୍ମଋତୁ ।
ସୌନ୍ଦର୍ଯ୍ୟମୋହରେ ମୋହାଛନ୍ନ ନର
ଅବାଧେ କାଟେ ଜଙ୍ଗଲ,
କଳକାରଖାନା,ବୃହତ ପ୍ରାସାଦରେ
ଚାରିଆଡ଼େ ଝଲମଲ।
ପଶୁ ପକ୍ଷୀ ବନ୍ୟ ପ୍ରାଣୀଙ୍କ ନିମିତ୍ତ
କରେନାହିଁ ତିଳେ ଚିନ୍ତା,
ରାସ୍ତା ଘାଟ ସବୁ କଙ୍କ୍ରିଟ୍ କରିଣ
ସାଜଇ ଖାଲି ଅହନ୍ତା।
ସହର ବଜାରେ ବନ୍ୟା ପାଣି ମାଡ଼େ
ପୁଣି ହାତୀ ପଶିଯାଏ ଘରେ,
କାଳବୈଶାଖୀ,ଭୂମିକମ୍ପ,ଝଡ଼
ଅଦିନେ ବରଷା କରେ।
ଘୋର ବିପତ୍ତିରୁ ରକ୍ଷା ପାଇବାକୁ
ବେଳ ଥାଉ ଚିନ୍ତା କଲେ,
ଆଗାମୀ ଭବିଷ୍ୟ ବଂଶଧର ସବୁ
ସୁଖରେ ରହିବେ ଭଲେ।
ଜଳ,ଜମି ଆଉ ଜଙ୍ଗଲ ସୁରକ୍ଷା
କଲେ ପ୍ରକୃତି ବଞ୍ଚିବ ,
ସର୍ବେମିଳି ପ୍ରକୃତିର ରକ୍ଷା କଲେ
ଆମଦିନ ସୁଖରେ ବିତିବ।


ଫକୀରମୋହନ ନଗର, ବାଲେଶ୍ଵର
ଫୋନ ନମ୍ବର- 8984965067

0 Comments