Information

ମୁଁ ତୋ ପାଇଁ - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଆକାଶ ଓ ମହାସମୁଦ୍ର ମିଳନ ହୋଇଛିକି ନାହିଁ ,
ପ୍ରଶ୍ନବାଚୀ ଅହରହ ମୋ ମଧ୍ୟେ ,
କାହିଁକି ବି ଜଣା ନାହିଁ ?
ନିୟତିର କି ଇଛା ?
ଅବା କି ଫନ୍ଦ ?
କଳି ପାରେନାହିଁ ,
ତଥାପି ମୁଁ ତୋତେ ଭଲପାଇ I
ତୁ ସୃଷ୍ଟି ମୋ ପାଇଁ ଅବା ନାହିଁ ,
ଜମା ମୋର ନିଘାନାହିଁ,
ମୋତେ କିନ୍ତୁ ଭଲ ଲାଗେ
ମୋ ମନକୁ ବୁଝାଇ କହିବାକୁ
ମୁ ତୋତେ ଭଲପାଇ ଓ ମୁଁ ତୋରପାଇଁ |

Post a Comment