Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବରଷା ଆସିଛି ଗାଁକୁ ମୋର - ପ୍ରଶାନ୍ତ କୁମାର ନାଥ

ବରଷା ଆସିଛି ଗାଆଁକୁ ମୋର
ଦିଶୁଅଛି ଏବେ ସେ ମନୋହର
ଅଗଣାରେ ଛୁଟେ ପାଣିର ଧାର
ବରଷାରେ ପରା ଗାଆଁ ସୁନ୍ଦର
ଖୁସିରେ ନାଚୁଛି ଧରଣୀ ମାଆ
ସବୁଜ ଦିଶୁଛି ଆଜି ମୋ ଗାଆଁ
ପାଇଲା ପରେ ସେ ବରଷା ଛୁଆଁ
ଲାଗୁଅଛି ଆଜି ସେ ନୂଆ ନୂଆ ।
ଜୁଇ ଯାଇ ଏବେ ହେନା ବାସୁଛି
ନାନା ଫୁଲର ଯେ ବାସ ଛୁଟୁଛି
ଜହ୍ନି କାକୁଡିର ଲତା ମାଡିଛି
ପିଢ଼ାରେ ବି ଏବେ ଛତୁ ଫୁଟୁଛି ।
ପୁରି ଯାଇଅଛି ନଈ ଗଢିଆ
ଶାଗୁଆ ଦିଶୁଛି ଗାଆଁ ପଡିଆ
ମୁଢି ସାଥେ ଭଲ ଲାଗେ ନଡ଼ିଆ
ବରଷାକୁ ଛତା ଦିଶେ ବଢିଆ ।
ସାରୁବୁଦା ମୁଳେ ବେଙ୍ଗୁଲି ରାଣୀ
ଗୀତ ଗାଉଅଛି ଛାଡି ରାଗିଣୀ
ଜେଜେ ବସିଛନ୍ତି ମଶିଣା ବୁଣି
ଯୁଆଡେ ଚାହିଁଲେ ପାଣି ହିଁ ପାଣି ।
ବିଲକୁ ଯାଉଛି କୃଷକ ଭାଇ
ଗୁହାଳରେ ଥାଇ ବୋବାଏ ଗାଈ
ଗଳ୍ପମୁଣି ଧରି ବସଇ ଆଈ
ଭିଡ଼ ଲାଗେ ସେଠି ଶୁଣିବା ପାଇଁ ।


ସୁନ୍ଦରପୁର, ପ୍ରୀତିପୁର, ଯାଜପୁର

Post a Comment

0 Comments