କ୍ଷୁର୍ଣ୍ଣ ଘୋଷବତୀ - ଅଧ୍ୟାପିକା ସସ୍ମିତା ମିଶ୍ର

କ୍ଷୁର୍ଣ୍ଣ ଘୋଷବତୀ - ଅଧ୍ୟାପିକା ସସ୍ମିତା ମିଶ୍ର

ଭାଜି ଥିବ କେଵେ ହାତର ଶଙ୍ଖା
ଗବାକ୍ଷ ପକ୍ଷେ ଚୂର୍ଣ୍ଣ ହୋଇ
ଝଣଝଣ ଶବ୍ଦ ସ୍ମୃତିରେ ରହିଛି
ଆଘାତ ଯାଇଛି ପାଶୋର ହୋଇ ||
କେବେ ଭାଜି ଅଛି ପ୍ରିୟ କଲମଟି
ସେହିକ୍ଷଣି ହୃଦେ କଷ୍ଟ ବଡ଼
ଭୁଲି ମୁଁ ଯାଇଛି ଆର କ୍ଷଣେ ତାକୁ
କେତେ ଆସି ଯିବ ସେ କଥା ଛାଡ଼ ||
ପ୍ରିୟର ପ୍ରଥମ ସନ୍ତକ ମୋର
ସାଇତା ପେଡିରୁ ପଡିଲା ଖସି
ପ୍ରତୀତ ହୋଇଲା ହୃଦଖଣ୍ଡ ପ୍ରାୟ
ଭୂଇଁ ଛୁଉଁଛି କି ଦୁଃଖ ରାଶି
ପାଶେ ଥାଉ ସିଏ ଗଲେ ଯାଉ ସେତ
ଭଙ୍ଗୁର ଚିଜ ଚିରକାଳ କିବା ପାରିବି ରଖି
ହୃଦ ବାନ୍ଧିଛି ତା ମୋର ହୃଦ ସାଥେ
ଛଡ଼ାଇ କେ ନେବ କୁହତ ଦେଖି ?
ସେଦିନ ସଙ୍ଗାତ ପିଲାବେଳ ମିତ
କଥାକେଇଟାରେ ଛିଡ଼ାଇ ଡୋରି
ମନ ଗଲା ଛିଡି ମନେପଡିଗଲା
ବାଳୁତ କାଳର କଟିମିଟି ଖେଳ
ମିଟି କରିଦିଅ କହିଲି ଧରି ||
ଭାଜିଛି ଜୀବନେ କେତେବାର ମନ
ହରାଇ ଅନେକ ଆପଣା ଚିଜ
ବୁଝାଇ ପାରିଛି ନିଜକୁ ନିଜ ||

ସାପନ ଭାଜିଲେ ଥରି ଉଠେ ହିଆ
କମ୍ପନ ତାର ତୀବ୍ର ଭାରି
ଇମାରତ କେତେ ଟଳିପଡୁଛି କି ?
ଚାରିଆଡ଼େ ଖାଲି ଧୂଆଁର ଘେରି
ନୀରବେ ଭାଜଇ ଏକ ପରେ ଏକ
ଶୁଭେ ଅନ୍ତର ତଳେ ଶବ୍ଦ ବଡ଼
ଶତ ହିରୋସୀମା ଶୂନ୍ୟ କରାଇ
ଚିତ୍କାର ଶୁଭେ ଯନ୍ତ୍ରଣାର
ତନ୍ତ୍ର ଥରାଇ ହୃଦ ବୀଣାର
ବେସୁରା ହୁଅଇ ଜୀବନ ଗୀତ
ତାର ଯୋଖୁଯୋଖୁ ତାଳ ଖସିଯାଏ
ଅନୁଭବିଛ କେ ସର୍ବନାଶ
ସବୁରି ପରେ ବି ସରହଦ ଟପି
ଘୋଷବତୀ ତୁମେ କିଂପାଇ ଆସ
ପ୍ରୀୟ ସମ ପ୍ରୀତି ସଞ୍ଚିଛି ଯାପାଇଁ
ଦେଖିପାରିବିନି ବାର ବାର .
ତାର କ୍ଷୁର୍ଣ୍ଣ ବେଶ ||


ଅଧ୍ୟାପିକା ସସ୍ମିତା ମିଶ୍ର
ମହନଦୀ ବିହାର ମହିଳା ମହାବିଦ୍ୟାଳୟ:, କଟକ
ଦୂରଭାଷ: 9078579612

0 Comments