ଅଣୁଗଳ୍ପ - ଶୁଭ ନା ଅଶୁଭ - ତପସ୍ଵିନୀ ଦାଶ

ଅଣୁଗଳ୍ପ - ଶୁଭ ନା ଅଶୁଭ - ତପସ୍ଵିନୀ ଦାଶ

ସଦ୍ୟ ଘଟଣା । ଜଗନ୍ନାଥଙ୍କୁ ଦର୍ଶନ ସାରି ଆସୁଥିଲି । ମନରେ ଥିଲା ଯା ହେଉ ଆଜି ଦିନଟା ଭଲରେ କାଟିବ, ପ୍ରଭୁ ସାଆନ୍ତେ ସବୁ ଶୁଭାଶୁଭ କରିବେ । କୋଶେ କି ଦି କୋଶ ବାଟ ଗଡି ଆସିଛି କି ନା ସାମ୍ନାରେ ବିଲେଇ ଟେ ବାଁ କଡ଼ରୁ ଡାହାଣକୁ ମାଡି ଆଇଲା । ସ୍ୱାମୀଙ୍କୁ କହିଲି ରଖ ରଖ ତିନି ହାତ ପଛକୁ ଗଡ଼, ବିଲେଇ ପରା । ସ୍ୱାମୀ କହିଲେ ଏ ସବୁ ମୋର ଆଦୌ ବିଶ୍ୱାସ ନାହିଁ । ଚାଲ । କଥା ନ ସରୁଣୁ ଦୁଇଟି ସ୍କୁଟି ଆସି ସାମ୍ନାରେ ଛିଡା ହୋଇଗଲା ସେ ବିଲେଇ ଦେଖି । ସ୍କୁଟିରେ ଥିଲେ ତିନି ତିନି କରି ଛଅ ଜଣ ଝିଅ । ରାସ୍ତା ମଝିରେ ହା ହା ହୋଇ ହସି ବିଲେଇ ବିଲେଇ କହି ଠିଆ ହୋଇ ଅଶୁଭ ପଣ କଟାଉଥିବା ବେଳେ ସ୍ପୀଡ଼ରେ ଆସୁଥିବା ଗାଡି ଦୁଇଟା ଘଡ଼ଘାଡ ହୋଇ ଆକ୍ସିଡେଣ୍ଟ। ସ୍ପଟରେ ଦୁଇଜଣଙ୍କ ଡେଥ । ଆଉ ଆଗକୁ ଦେଖି ହେଲା ନାହିଁ । ଖାଲି ଚିନ୍ତା କରୁଥିଲି କୋଉଟା ଶୁଭ କେଉଁଟା ଅଶୁଭ.... !!


ବାରିପଦା

0 Comments