Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ଥାଣୁ ହେଲ ଭଗବାନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ହେ ମୋହନ
ଘେନ ମୋର ନିବେଦନ
ଅନ୍ତର୍ଯ୍ୟାମୀ ନାରାୟଣ, ହେ ମୋହନ…. ।।

ପାପୀ ପାପ ପଙ୍କ ପଙ୍କରେ ପଙ୍କୀଳ
ନାରଖାର ହୁଏ ଜାତି
ସେଥିରେ ଏ ମନ ନରକର କୀଟ--
ପରି ହୀନିମାନ ଅତି
କଳଂକର ଇତିହାସ ଲେଖାହେବ
କରେ ତା’ର ଉପରାଣ, ହେ ମୋହନ….।।

ନାରୀ ଜାତି ଆଜି ଅସହ୍ୟ ଦୁର୍ଗତି
ଦୁଃଖ ସିନ୍ଧୁ ସଇକତେ
ବିଳାପ କରନ୍ତି କୁମାରୀ କି ବୃଦ୍ଧା
ଗୁରୁ ଗୃହେ କର୍ମକ୍ଷେତ୍ରେ
ଜାତୀୟ ବେଦନା କାନ୍ଦଣା ର ରୋଳେ
ସ୍ଥାଣୁ କିଆଁ ଭଗବାନ, ହେ ମୋହନ…।।

ଅନ୍ତର୍ଯ୍ୟାମୀ ବୋଲି ଜଗତ ଜାଣଇ
ଅନ୍ତର ପୋଡିଯାଇଛି
ନୀଳଚକ୍ର ବାନା ତଳେ ଦେଇସ୍ଥାନ
ଦୟାକର ବିଶ୍ବ ପତି
ମଣିଷ ମନରେ ପୀୟୂଷ ଚେତନା
ଦେଇ କର ପରିତ୍ରାଣ, ହେ ମୋହନ…।।

Post a Comment

0 Comments