Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କୁକୁର ଛୁଆ - ରମାକାନ୍ତ ମିଶ୍ର

କୁକୁର ଛୁଆ କେଡେ ସୁନ୍ଦର
ନାହିଁ ତାହାର କାହାକୁ ଡର
ଶୋଇଥାଏ ସେ ମା କୋଳରେ
ପିଉ ଥାଏ ସେ କ୍ଷୀର ଖୁସିରେ
ପାଖକୁ କେହି ଗଲେ ତ ଚାଲି
ମା ତା ରାଗରେ ପଡେ ତ ନାଲି
କୁକୁର ଛୁଆ ଅପର ଛୁଆ
ହୁଅନ୍ତି ଭାରି କଉତୁକିଆ
ଛୁଆଙ୍କୁ ଗେଲ କିଏ ନ କରେ ?
ପିଲାଙ୍କ ଠାରେ ଦେବତା ବୁଲେ
ପିଲା ଦିନଟା ସବୁଠୁ ଭଲ
ପିଲାଙ୍କୁ ତେଣୁ କରନ୍ତି ଗେଲ
କୁକୁର ଛୁଆ ମଣିଷ ଛୁଆ
ହରିଣ ଛୁଆ ସିଂହର ଛୁଆ
ଦେଖିଲେ ଯେତେ ଲାଗନ୍ତି ନୂଆ
ମନ ରେ ବହେ ଖୁସି ର ବାଆ ।


ରମାକାନ୍ତ ମିଶ୍ର

Post a Comment

0 Comments