Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାବନାଭୂତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବାବନାଭୂତ , ସେତ ବଡ଼ ଅଭ୍ଭୁତ
ବି-ଦେହୀ ସେ ଅଶରୀରି ନାହିଁ ତା ମୁଣ୍ଡ
ସେତ ବାବନାଭୂତ ।।

ମାଦଳ ସମାନ ଯାଏ ସେ ଗଡ଼ି ଗଡ଼ି
ଖାଲ,ଢିପ କିଛି ନାହିଁ ଯାଏ ସେ ମାଡି
ଅତ୍ୟନ୍ତ ବିଶ୍ବାସି ସିଏ
ସବୁ କାମ କରିଦିଏ
ତା ସଙ୍ଗରେ ହୋଇଲେ ମିତ ,
ସେତେ ବାବନାଭୂତ ।।

ପରଧନ‌ କରେ ଦେହୁଁ ଅପହରଣ
କୋଢୀ ସମ ବୁଲୁଥାଏ ଯେ ରାତି,ଦିନ
ତାକୁ କହଇ ଜଗତ , ବାବନାଭୂତ
ନାହିଁ ତା’ର ଅନ୍ୟ ପନ୍ଥା ,
ଲାଗେ ଯେସନେ ଅର୍କ୍ଷୀତ
ସେତ ବାବନାଭଭୂତ ।।

ପ୍ରେତ ମାନଙ୍କର ରାଜା ସେ ମହା ଦୁଷ୍ଟ
ଦ୍ଵାପରେ ଜଗିଲା ପାଣ୍ଡୁ ପୁତ୍ର ଙ୍କ ଅସ୍ତ୍ର ,
ଭୈରବ ସମାନ ପରା ତାହାର ରଡି
ଭୂମିରୁ ସତେ ପର୍ବତ ପଡେ ଉପୁଡ଼ି
କେବେ ଗଡ଼େ କେବେ ଉଡେ
ଲାଗେ ବଡ଼ ବିଚିତ୍ର ,
ସେତ ବାବନାଭୂତ ।।

ଏବେ ସେ ବାବନାଭୂତ ଦିବ୍ୟ ପ୍ରହରୀ
ଗୁଣ୍ଡିଚା ମନ୍ଦିର ଦ୍ୱାରେ ଅଟେ ସେ ଦ୍ବାରୀ
ସେ ଦିବ୍ୟ ମୂରତି ଏଠି ନୁହନ୍ତି ପ୍ରେତ
ବିଶ୍ବବନ୍ଦ୍ୟ ସେ ବାବନା
ଚିର ନମସ୍ୟ ,
ସେତ ବାବନାଭୂତ ।।

Post a Comment

0 Comments