ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମନ ମୋର - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ମନ ମୋର - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ନା ଲାଗେ ମନମୋର ଭିଜିବାକୁ
ଏ ଆଷାଢର ଝିପିଝିପି ବରଷାରେ ,
ନା ମନଲାଗେ ଚାଲିବାକୁ
ସକାଳର କଅଁଳ ସୁନେଲି ଖରାରେ
ମନମୋର ଖୋଜିବୁଲେ ଚଉଦିଗ,
ପୃଥିବୀ ଓ ମହାକାଶରେ
ତୋ ସୁନ୍ଦର ଆଭାକୁ ଚାରିଆଡେ ,
ମନମୋର ଲାଗେନାହିଁ କୁଳୁକୁଳୁ ଶୀତଳ ଝରଣାରେ ,
ଅବା ସବୁଜିମା ତରୁଲତା ଓ ପକ୍ଷୀର କୋଳାହଳେ
ମନମୋର ମନେମନେ ହସୁଥାଏ
ଅସଢାଏ ଭାବନାରେ,
ସତେଅବା ତୁ ମୋର ଅତି ନିକଟରେ

0 Comments