କରୁଛି ଗୁହାରୀ - ପ୍ରଣତୀ ମହାପାତ୍ର

କରୁଛି ଗୁହାରୀ - ପ୍ରଣତୀ ମହାପାତ୍ର

ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀ,
ଶ୍ରୀପଦେ କରୁଛି ଆଜି ଘେନ ମୋ ଗୁହାରି,
ବଢିବଢି ଯାଏ ଅଶାନ୍ତ ବାତାବରଣ,
କେଉଁଠି ବି ସୁଖଶାନ୍ତି ନମିଳଇ ଜାଣ
ମାଟି ମା କାନ୍ଦେ ଖାଲି କଇଁ କଇଁ ହୋଇ,
ମହାନଦୀ କାନ୍ଦୁଅଛି ଛାତିକୁ ଫଟାଇ,
ମାତୃଭାଷା ହିନୀମାନୀ ପରି ତ ରହୁଛି,
ନାରୀ ଟିଏ ଦୁଷ୍କର୍ମ ର ଶିକାର ହେଉଛି,
ମାଆବାପାଙ୍କର ଦୁଃଖ କହିଲେ ନ ସରେ,
କନ୍ୟା ଭୃଣ ଯେତେ ସବୁ ସଢେ ନର୍ଦ୍ଦମାରେ।
ଚାଷୀ ଆତ୍ମହତ୍ୟା କରେ ଅଭାବରେ ସଢି,
ଉଚ୍ଚଶିକ୍ଷା ପାଇ ବେକାରୀଙ୍କ ସଂଖ୍ୟା ବଢି।
ଚୋରି ଡକାୟତି ଦିନ ଦ୍ଵିପହରେ ଚାଲୁଥାଏ,
ଦୁର୍ବଳ ଉପରେ ସବଳ ଅତ୍ୟାଚାର ବଢୁଥାଏ।
ଧର୍ମ କର୍ମ ଭୁଲିଯାନ୍ତି ସର୍ବେ ମତ୍ତ ହୋଇ,
ସତ୍ୟ,ନ୍ୟାୟ ସ୍ୱପ୍ନ ଖାଲି ଏଠି ତ ହୁଅଇ।
ଶିକ୍ଷାଳୟ,ଦେବାଳୟ ବାଦ୍ ବି ପଡେନି,
ବଡ ନାରଖାର ହୁଏ ଏ ପ୍ରକୃତିରାଣୀ।
ସୁଖଶାନ୍ତି ରାସ୍ତା ସବୁ ବନ୍ଦ ହୋଇଲାଣି,
ଅଶାନ୍ତ ମଳୟ ସବୁଆଡେ ବ୍ୟାପିଲାଣି।
ଏଥିରୁ ନିସ୍ତାର ପାଇଁ ପଥ ଦିଅ କହି,
ନହେଲେ ସୁନା ସଂସାର ଚୁନା ଯିବ ହୋଇ।
ଜଗତର ନାଥ ତୁମେ ସବୁଦେଖୁଅଛ,
ବଡ଼ଦିଅଁ ହୋଇ କିଆଁ ଏସବୁ ସହୁଛ?
ନ୍ୟାୟଧୀଶ ହୋଇ ସତ୍ୟ କର ଉତ୍ଥାପନ,
ଧର୍ମର ବିଜୟ ବାନା ଉଡୁ ଚାରିକୋଣ।


ପ୍ରଣତି ମହାପାତ୍ର
ବାଲେଶ୍ଵର

0 Comments